ହନୁ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ହନୁ ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗାପୁଟରେ ଏକ ହନୁ ମାଙ୍କଡ଼ ଆକ୍ରମଣରେ ଗତକାଲି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଚନ୍ଦକା ବନ ବିଭାଗ ଟିମ୍ ଓ ନନ୍ଦନକାନନରୁ ଏକ ଟିମ୍‌ ପହଞ୍ଚି ଆଜି ଉତ୍ପାତିଆ ହନୁ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍‌ କରିଛନ୍ତି। ଏହାପରେ ମାଙ୍କଡ଼ଟିକୁ ନନ୍ଦନକାନନ ପଠାଇ ଦିଆଯାଇଥିବା ଜଣାଯାଇଛି।

୨  ମାସ ଧରି ଗୋଟିଏ ହନୁ ମାଙ୍କଡ଼ ଉତ୍ପାତ ଚଳାଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ହନୁ ଆକ୍ରମଣରେ ଅଦ୍ୟାବଧି ୩୦ରୁ ଅଧିକ ଆହତ ହୋଇସାରିଲେଣି ।

ଚନ୍ଦକା ବନ ବିଭାଗ ଟିମ୍‌ ଏହି ହନୁ ମାଙ୍କଡ଼କୁ  ପ୍ରଥମେ କାବୁ କରିବାକୁ ଚେଷ୍ଟା କରି ସଫଳ ହୋଇପାରି ନ ଥିଲେ। ଏହାପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବାକୁ ଆଜି ସକାଳେ ନନ୍ଦନକାଳନରୁ ଏକ ଟିମ୍‌ ପହଞ୍ଚି ମାଙ୍କଡ଼ଟିକୁ ଟ୍ରାଙ୍କୁଲାଇଜ୍‌ କରିବାରେ ସଫଳ ହୋଇଥିଲେ।

 



from Odisha Reporter https://ift.tt/35HqKwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages