ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଦରକାର ୧୫ ଲକ୍ଷ କୋଟିର ପ୍ୟାକେଜ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 8, 2020

ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଦରକାର ୧୫ ଲକ୍ଷ କୋଟିର ପ୍ୟାକେଜ!

ନୂଆଦିଲ୍ଲୀ: କରୋନା ମାଡ଼ରେ ଦେଶର ଅର୍ଥନୀତି ପୂରା ଛିନଛତର ହୋଇଯାଇଛି। ଶିଳ୍ପସଂସ୍ଥା ଠାରୁ ଆରମ୍ଭ କରି ପରିବହନ ବ୍ୟବସ୍ଥା ଅଟକି ଯାଇଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ୧୫ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଦରକାର ବୋଲି ସିଆଇଆଇ କହିଛି।

ପୂର୍ବରୁ ସିଆଇଆଇ ଅର୍ଥନୀତିକୁ ସୁଧାରିବା ପାଇଁ ୪.୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଦରକାର ବୋଲି କହିଥିଲା। ହେଲେ ଦେଶରେ କରୋନା ପାଇଁ ଲକଡାଉନ ବଢ଼ୁଥିବାରୁ ପ୍ରୋତ୍ସାହନ ପ୍ୟାକେଜ ମଧ୍ୟ ସିଆଇଆଇ ଅଧିକ ରହିବ ବୋଲି ପରାମର୍ଶ ଦେଇଛି।

ସିଆଇଆଇ ସଭାପତି ବିକ୍ରିମ କିରଲୋସ୍କର କହିଛନ୍ତି, ପୂର୍ବରୁ ଶିଳ୍ପସଂସ୍ଥା ଗୁଡ଼ିକ ଉପରେ ଯେତିକି ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଥିଲା, ଏବେକାର ସ୍ଥିତି ଏହାକୁ ଆହୁରି ଜଟିଳ କରିଦେଇଛି। ତେଣୁ ସିଆଇଆଇ ସରକାରଙ୍କ ନିକଟରେ ତୁରନ୍ତ ୧୫ ଲକ୍ଷ କୋଟିର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ଦାବି କରୁଛି। ଏହା ଜିଡିପିର ୭.୫% ରହିବ।

ତୃତୀୟ ପର୍ଯ୍ୟାୟ ଲକଡାଉନ ଶେଷ ବେଳକୁ ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କର ୨ ମାସର ଆଉଟପୁଟ ହରାଇଥିବେ ବୋଲି ସେ କହିଛନ୍ତି। କେବଳ ସିଆଇଆଇ ନୁହେଁ, ଅନ୍ୟ ଶିଳ୍ପସଂସ୍ଥା ଆସୋସିଏସନ ମଧ୍ୟ ଅର୍ଥନୀତିକୁ ସୁଧାରିବା ପାଇଁ ସରକାରଙ୍କ ନିକଟରେ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି।

ତେବେ ସିଆଇଆଇ ୧୫ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିବାକୁ କହିଥିବା ବେଳେ ଏଫଆଇସିଆଇଆଇ ୧୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା ପାଇଁ ପରାମର୍ଶ ଦେଇଛି। ସେହିପରି ପିଏଚଡି ଚ୍ୟାମ୍ବର ଅଫ କର୍ମସ ଓ ଇଣ୍ଡଷ୍ଟ୍ରୀ ୧୬ ଲକ୍ଷ କୋଟିର ପ୍ରୋତ୍ସାହନ ପ୍ୟାକେଜ କଥା କହିଛି।



from Odisha Reporter https://ift.tt/2SNK864

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages