ପ୍ରେମିକାକୁ ଭେଟିବାକୁ ଆସିଥିଲେ, ସବୁଦିନ ପାଇଁ ଲକ୍‌ଡାଉନ୍‌ ହୋଇଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 23, 2020

ପ୍ରେମିକାକୁ ଭେଟିବାକୁ ଆସିଥିଲେ, ସବୁଦିନ ପାଇଁ ଲକ୍‌ଡାଉନ୍‌ ହୋଇଗଲେ

ସୋନପୁର (ରବୀନ୍ଦ୍ର ହୋତା): ୫ ବର୍ଷ ହେଲା ଚାଲିଥିବା ପ୍ରେମ ସମ୍ପର୍କ। ଲୁଚି ଛପି ଦେଖା କରୁଥିଲେ। ପରିବାର ଲୋକଙ୍କୁ କିନ୍ତୁ କହିବାକୁ ସାହସ ଜୁଟାଇ ପାରୁ ନ ଥିଲେ। ହେଲେ ଲକ୍‌ଡାଉନ୍‌ ବିରହ ବେଦନା ଆଣିବା ସହ ଏହି ସମସ୍ୟାର ସମାଧାନ ବି କରି ଦେଇଛି। ପରିବାର ଲୋକ ଓ ଗ୍ରାମବାସୀଙ୍କ ସହମତିରେ ଉଭୟ ୭ ଜନ୍ମ ପାଇଁ ପରସ୍ପରର ସୁଖଦୁଃଖର ସାଥୀ ପାଲଟିଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଜିଲ୍ଲାର ଉଲୁଣ୍ଡା ଥାନା ଅନ୍ତର୍ଗତ ଗଇଲଗୁଡି ଗାଁର ୨୬ ବର୍ଷୀୟ କୌଶିକ (ଛଦ୍ମନାମ)ଙ୍କର ବୀରମହାରାଜପୁର ଥାନା ଅନ୍ତର୍ଗତ ଦାଦରପାଲି ଗାଁର ଜଣେ ଯୁବତୀଙ୍କ ସହ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ପୂର୍ବରୁ ଲୁଚିଛପି ଉଭୟ ପରସ୍ପରକୁ ଦେଖା କରୁଥିବା ବେଳେ ଲକ୍‌ଡାଉନ୍‌ ଯୋଗୁ ସବୁ ବନ୍ଦ ହୋଇଗଲା। ପାଖାପାଖି ୨ ମାସ ଧରି ବିରହ ବେଦନାରେ ଛଟପଟ ହେଉଥିବା କୌଶିକ ଶେଷରେ ଯେକୌଣସି ପରିସ୍ଥିତିରେ ବି ପ୍ରେମିକାଙ୍କୁ ଦେଖା କରିବାକୁ ଯିବାକୁ ନିଷ୍ପତ୍ତି ନେଲେ।

ଏହାପରେ ଗତକାଲି ରାତିରେ ଲୁଚି ଲୁଚି ପ୍ରେମିକାଙ୍କୁ ଭେଟିବାକୁ ତାଙ୍କ ଗାଁରେ ପହଞ୍ଚିଥିଲେ। ଦୀର୍ଘଦିନ ପରେ ପରସ୍ପରକୁ ମନ ଭରି ଦେଖିବାକୁ ସୁଯୋଗ ପାଇଥିବାରୁ ବେଶ୍‌ କିଛି ସମୟ ଖୁସିଗପରେ ବିତାଇଥିଲେ ଉଭୟ। ଏହା ଭିତରେ କୌଶିକଙ୍କ ଆଖି ଲାଗିଯାଇଥିଲା। ଆଉ ପ୍ରେମିକାଙ୍କ ଘର ଲୋକେ ତାଙ୍କୁ ଦେଖି ନେଇ କାବୁ ବି କରି ନେଇଥିଲେ।

ଘଟଣା ଯାଇ ପହଞ୍ଚିଲା ଗାଁ ପଞ୍ଚାୟତରେ। ସଙ୍ଗେ ସଙ୍ଗେ ବସିଲା ବୈଠକ। ଆଉ ସେଇଠି ଆଲୋଚନା ପରେ ସବୁ ଗୁମର ଫିଟିଲା। ଏଣୁ ଗାଁ ଭାଗବତ ମନ୍ଦିର ସମ୍ନାରେ ସେହି ରାତିରେ ହିଁ ଉଭୟଙ୍କୁ ବିବାହ କରାଇ ଦେଇଥିଲେ ଗ୍ରାମବାସୀ। ପ୍ରେମିକାଙ୍କୁ ଭେଟିବାକୁ ଆସି ଏହିଭଳି ଭାବେ ସବୁଦିନ ପାଇଁ ଲକଡାଉନ୍‌ ହୋଇଗଲେ ପ୍ରେମିକ। ଆଉ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଚାଲିଛି। 



from Odisha Reporter https://ift.tt/3e83R8C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages