ଦିଲ୍ଲୀ ଦଙ୍ଗା ଘଟଣାରେ ୨ ଯୁବତୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 23, 2020

ଦିଲ୍ଲୀ ଦଙ୍ଗା ଘଟଣାରେ ୨ ଯୁବତୀ ଗିରଫ

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ଘଟଣାରେ ପୁଲିସ ଦୁଇ ଯୁବତୀଙ୍କୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ପିଞ୍ଜରା ତୋଡ଼ ସଂଗଠନର ବୋଲି ଜଣାପଡ଼ିଛି। ଜଫରାବାଦ ମେଟ୍ରୋ ଷ୍ଟେସନରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ମହିଳାମାନେ ହଠାତ୍ ଏକାଠି ହୋଇଯାଇଥିଲେ। ଏନେଇ ପରେ ଦଙ୍ଗା ପରିସ୍ଥିତି ଉପୁଜିଥିଲା। ଘଟଣାରେ ଦିଲ୍ଲୀ ପୁଲିସ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବତୀମାନେ ହେଲେ ନତାଶା ଏବଂ ଦେବାଙ୍ଗନା।

ଦିଲ୍ଲୀ ଦଙ୍ଗା ଘଟଣାରେ ଏହା ପୂର୍ବରୁ ମଧ୍ୟ ଅନେକ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗତ ମାସ ଜାମିଆ-ମିଲିୟା-ଇସଲାମିୟାର ପୂର୍ବତନ ଛାତ୍ର ସଂଗଠନ ଅଧ୍ୟକ୍ଷ ଶିଫା-ଉର-ରେହମାନଙ୍କୁ ଉତ୍ତର-ପୂର୍ବ ଦିଲ୍ଲୀରେ ଦଙ୍ଗା ଘଟଣାରେ ୟୁଏପିଏ ଅନୁଯାୟୀ ଗିରଫ କରାଯାଇଥିଲା। ସୂଚନା ଅନୁଯାୟୀ, ଶିଫା-ଉର-ରେହମାନ ଜାମିୟା ସମନ୍ୱୟ ସମିତିର ସଦସ୍ୟ ଥିବା ସହ ଦଙ୍ଗାରେ ମଧ୍ୟ ସମ୍ପୃକ୍ତ ଥିଲେ। ଏନେଇ ବେଆଇନ କାର୍ଯ୍ୟକଳାପ ଅଧିନୟମ ୟୁଏପିଏ ଅନୁଯାୟୀ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ତାଙ୍କୁ ଗିରଫ କରିଥିଲା।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶିଫା-ଉର-ରେହମାନଙ୍କ ବିରୁଦ୍ଧରେ ପୁଲିସ ନିକଟରେ ଯଥେଷ୍ଟ ସାକ୍ଷ୍ୟ ପ୍ରମାଣ ରହିଛି, ଯେଉଁଥିରୁ ଜଣାପଡ଼ିଛି ଯେ ସେ ଦଙ୍ଗା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିଥିଲେ। ସିସିଟିଭି ଫୁଟେଜରେ ତାଙ୍କ କାର୍ଯ୍ୟକଳାପ ଦୃଷ୍ଟିଗୋଚର ହୋଇଛି। ଏହାସହ ତାଙ୍କ କଲ୍ ରିକର୍ଡ ଏବଂ ହ୍ୱାଟସ୍ ଆପ୍ ତଥ୍ୟରୁ ମଧ୍ୟ ଜଣାପଡ଼ିଛି ଯେ ସେ ଦଙ୍ଗାରେ ସମ୍ପୃକ୍ତ ଥିଲେ।

ଅନ୍ୟପଟେ ସିଏଏ ଏବଂ ଏନଆରସିକୁ ନେଇ ବିକ୍ଷୋଭ ପ୍ରଦର୍ଶନ ସମୟରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ସରକାରଙ୍କ କ୍ଷତିର ଭରଣା କରିବା ଲାଗି କ୍ଲେମ୍ କମିଶନ ନିଯୁକ୍ତ ହୋଇଥିଲେ। କ୍ଲେମ୍ କମିଶନରଙ୍କ ମାଧ୍ୟମରେ ଦିଲ୍ଲୀ ହିଂସା ଯୋଗୁ ହୋଇଥିବା କ୍ଷତିର ଭରଣା କରାଯିବ।



from Odisha Reporter https://ift.tt/3gfPmBz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages