ରାସନ କାର୍ଡ ପାଇଁ ଯାଇ ଘରକୁ ଫେରିଲେନି ଯୁବକ    - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 29, 2020

ରାସନ କାର୍ଡ ପାଇଁ ଯାଇ ଘରକୁ ଫେରିଲେନି ଯୁବକ   

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ହନୁମାନପୁର ଗ୍ରାମସ୍ଥିତ ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଜଣକ ହେଲେ ହନୁମାନପୁର ପଞ୍ଚାୟତ ଅନ୍ତର୍ଗତ ବିରଭୂମି ଗ୍ରାମର ମାୟାଧର ବେହେରା (୩୫) ।

ମୃତ ମାୟାଧର ଓ ତାଙ୍କ ବାପା ରାସନ କାର୍ଡ ପାଇଁ କଣିହାଁ ବ୍ଲକକୁ ଗତ ୨୮ତାରିଖରେ ଯାଇଥିଲେ । ବ୍ଲକରେ କାମ ସରିବା ପରେ ପ୍ରଥମେ ମାୟାଧରଙ୍କ ବାପା ଘରକୁ ଫେରିଥିଲେ। ହେଲେ ଦୀର୍ଘ ସମୟ ଅପେକ୍ଷା କରି ବି  ମାୟାଧର ଘରେ ନ  ପହଞ୍ଚିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ ପୁଅର କୌଣସି ସନ୍ଧାନ ପାଇ ନ ଥିଲେ।

ଗତକାଲି ରାତିରେ ପୋଖରୀରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ଖବର ପାଇ ପୁଲିସ୍‌ ରାତିରେ  ଘଟଣାସ୍ଥଳରେ ପହଞ୍ଚି  ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପରିବାର ଲୋକେ ପହଞ୍ଚି ତାହା ମାୟାଧରଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ଆଜି ସକାଳେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା କଣିହାଁ ପୁଲିସ୍‌ ସୂଚନା ଦେଇଛି ।

 



from Odisha Reporter https://ift.tt/3dggpej

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages