ନିଜ ପାପୁଲି କାଟି ଅଲଗା କଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ନିଜ ପାପୁଲି କାଟି ଅଲଗା କଲେ ଯୁବକ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନିଜ ପାପୁଲିକୁ କାଟି ଅଲଗା କରିଦେଲେ ଯୁବକ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ର ନରେନ୍ଦ୍ରପୁର ଗାଁରେ। ଉକ୍ତ ଯୁବକଙ୍କ ନାଁ ପି.ସମେଶ୍ୱର। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସମେଶ୍ୱର କାତିରେ ବାମ ହାତର ପାପୁଲିକୁ କାଟି ଦେଇଥିଲେ। ଏହାପରେ ତାକୁ ଡାହାଣ ହାତରେ ଧରି ଗାଁରେ ବୁଲିଥିଲେ। ପରିବାର ଲୋକେ ଏହା ଦେଖି ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସମେଶ୍ୱର ମାନସିକ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟାଇଥିବା ଦିଗପହଣ୍ଡି ପୁଲିସ କହିଛି।

ସମେଶ୍ୱରଙ୍କ ବାପା ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରନ୍ତି। ଘରେ ମା’ପୁଅ ରହୁନ୍ତି। ମାନସିକ ଭାରସାମ୍ୟ ହରାଇ ଥିବା ଯୋଗୁ ସମେଶ୍ୱର କିଛି ଦିନ ହେବ ଗାଁ ଲୋକଙ୍କୁ ହଇରାଣ କରୁଥିଲେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2Tsy6ze

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages