ଦିନକରେ ୬୬୫୪ ପଜିଟିଭ, ଲକ୍ଷେ ୨୫ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ଦିନକରେ ୬୬୫୪ ପଜିଟିଭ, ଲକ୍ଷେ ୨୫ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭାରତରେ ୬ ହଜାର ୬ ଶହରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୬୬୫୪ କରୋନା ପଜିଟିଭ କେସ ସାମ୍ନାକୁ ଆସିବାରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୨୫ ହଜାର ପାର କରିଯାଇଛି।

ସେହିପରି ୨୪ ଘଣ୍ଟାରେ କରୋନା ୧୩୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଦେଶରେ ପୁଣି ୬୬୫୪ ଜଣ ନୂଆ କରୋନା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ‌ଆକ୍ରାନ୍ତଙ୍କ ସଂଖ୍ୟା ୧,୨୫,୧୦୧ରେ ପହଞ୍ଚି ଯାଇଛି।

ସେହିପରି ମୃତ୍ୟୁସଂଖ୍ୟା ୩୭୨୦କୁ ବୃଦ୍ଧି ପାଇଛି। ଦେଶରେ ଏବେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଛି। କରୋନା ରୋଗରୁ ମୁକୁଳିଥିବା ଲୋକଙ୍କ ସଂଖ୍ୟା ୫୦ ହଜାର ପାର କରିଛି। ଏବେ ସୁଦ୍ଧା ମୋଟ ୫୧,୭୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଦୟନୀୟ ହୋଇଛି। ଶୁକ୍ରବାର ନୂଆ କରୋନା ରୋଗୀ ଚିହ୍ନଟ ମାମଲାରେ ମହାରାଷ୍ଟ୍ର ସବୁ ରେକର୍ଡ ଭାଙ୍ଗି ଦେଇଛି। ଶୁକ୍ରବାର ମହାରାଷ୍ଟ୍ରରେ ୨୯୪୦ଟି ନୂଆ ପଜିଟିଭ କେସ ଚିହ୍ନଟ ହୋଇଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇ ନଥିଲେ। ନୂଆ ମାମଲାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୪,୫୮୨ ଛୁଇଁଛି। ତେବେ ୨୪ ଘଣ୍ଟାରେ ୮୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏଯାଏ ରାଜ୍ୟରେ ୧୨,୫୮୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କଲେଣି। ୨୪ ଘଣ୍ଟାରେ ପୁଣି ୬୩ ଜଣ କରୋନା ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୫୧୭ ଛୁଇଁଛି। ଏବେ ବିଭିନ୍ନ ହସ୍ପିଟାଲରେ ୩୦,୪୭୪ ଜଣ ଲୋକ ଚିକିତ୍ସିତ ହେଉଛନ୍ତି।

ଦେଶର ଦ୍ୱିତୀୟ କ୍ଷତିଗ୍ରସ୍ତ ରାଜ୍ୟ ତାଲିକାରେ ତାମିଲନାଡୁ ରହିଛି। ପ୍ରତିଦିନ ଏଠାରେ ୭ଶହରୁ ଅଧିକ ପିଜିଟିଭ କେସ ସାମ୍ନାକୁ ଆସୁଛି। ରାଜ୍ୟରେ ଏଯାଏ ୧୪,୭୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୯୮ ଜଣ ପ୍ରାଣ ହରାଇଛନ୍ତି। ତେବେ ୭,୧୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗୁଜରାଟ ସ୍ଥିତି ବି ବେକାକୁ ହେଉଛି। ଏଠାରେ ୧୩,୨୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୦୨ ଜଣ ପ୍ରାଣ ହରାଇଛି। ଦିଲ୍ଲୀରେ ବି ମୃତ୍ୟୁସଂଖ୍ୟା ୨୦୦ ପାର କରିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୧୯କୁ ବୃଦ୍ଧି ପାଇଛି। ରାଜ୍ୟରେ ୨୦୮ ଜଣ ପ୍ରାଣ ହରାଇଥିବା ବେଳେ ୫୮୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୫୫, ଆସାମରେ ୪, ବିହାରରେ ୧୧, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୬, ହିମାଚଳ ପ୍ରଦେଶରେ ୩, ଜମ୍ମୁ-କଶ୍ମୀରରେ ୨୦, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୪୧, କେରଳରେ ୪, ମଧ୍ୟପ୍ରଦେଶରେ ୨୭୨,ମେଘାଳୟରେ ୧, ଓଡ଼ିଶାରେ ୭, ପଞ୍ଜାବରେ ୩୯, ରାଜସ୍ଥାନରେ ୧୫୩, ତେଲେଙ୍ଗାନାରେ ୪୫, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୧୫୧ ଓ ପଶ୍ଚିମବଙ୍ଗରେ ୨୬୫ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3c09DHY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages