ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କରୋନା ଯୋଦ୍ଧାଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଇବାକୁ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ କରୋନା ଯୋଦ୍ଧାଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଇବାକୁ ଅନୁମତି

ନୂଆଦିଲ୍ଲୀ: ମ୍ୟାଲେରିଆ ରୋଗକୁ ଭଲ କରୁଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ଲଢ଼େଇରେ ଗେମ ଚେଞ୍ଜର ସାବ୍ୟସ୍ତ ହେଉଥିବା ପ୍ରମାଣିତ ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ହାଇଡ୍ରୋକ୍ସିକ୍ଲୋରୋକୁଇନ ନ ଖାଇଲେ, ଏହା ଘାତକ ସାବ୍ୟସ୍ତ ହେବ ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା।

ଏବେ କିନ୍ତୁ ଆଇସିଏମଆର କରୋନା ସହ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ପ୍ରଣ୍ଟଲାଇନ ୱାର୍କର୍ସଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଇବାକୁ ଅନୁମତି ଦେଇଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ ଦ୍ୱାରା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ଆଶଙ୍କା କମ ବୋଲି ଆଇସିଏମଆର ପକ୍ଷରୁ କୁହାଯାଇଛି। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ ଏହି ଔଷଧକୁ ଖାଇବାକୁ ଆଇସିଏମଆର କହିଛି।

ଅନ୍ୟପକ୍ଷରେ ହାଇଡ୍ରୋକ୍ସିକ୍ଲୋରୋକୁଇନ କରୋନା ସଂକ୍ରମଣକୁ ରୋକିବାରେ ଖୁବକମ ଫଳପ୍ରଦ ହେଉଛି ଏବଂ ଏହାଦ୍ୱାରେ ଜଣେ ସୁସ୍ଥ ବ୍ୟକ୍ତି ହୃଦଘାତର ଶିକାର ହେବାର ଆଶଙ୍କା ରହିଥିବା ବିଭିନ୍ନ ଗବେଷଣାରୁ ଜଣାଡ଼ିଛି।

ଆଇସିଏମଆର ସୂଚନା ଅନୁଯାୟୀ, ବିଭିନ୍ନ ହସ୍ପିଟାଲରେ କରୋନା ସହ ଲଢ଼େଇ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପରୀକ୍ଷାମୂଳକ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦିଆଯାଇଥିଲା। ସେମାନଙ୍କ ଶରୀରରେ କରୋନା ଖୁବକମ ପରିମାଣର ସଂକ୍ରମଣ ହେଉଥିବା ଏବେ ପ୍ରମାଣିତ ହୋଇଛି।

ପ୍ରାୟ ୩୩୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ପରୀକ୍ଷାରେ ସାମିଲ କରାଯାଇଥିଲା। ହାଇଡ୍ରୋକ୍ସିକ୍ଲୋରୋକୁଇନ ଖାଉ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ତୁଳନାରେ ଏହାକୁ ସେବନ କରିଥିବା ସ୍ୱାସ୍ଥ୍ୟକର୍ମୀମାନେ କରୋନାରେ ଆକ୍ରାନ୍ତ ହେବା ଆଶଙ୍କା ଖୁବକମ ବୋଲି ଜଣାଡ଼ିଛି। ଏହି ପରୀକ୍ଷା ସଫଳ ହୋଇଥିବାରୁ ଏବେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ସହ ଆଗରେ ରହି ଲଢ଼େଇ କରୁଥିବା ଲୋକଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦେବାକୁ ଆଇସିଏମଆର ପରାମର୍ଶ ଦେଇଛି।

ବିଶେଷ କରି ଲକ୍ଷଣ ବିହୀନ ନନ୍‌ କୋଭିଡ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, କଣ୍ଟେନେମଣ୍ଟ ଜୋନରେ ସର୍ଭେଲାନ୍ସ କାମରେ ଥିବା କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ୍‌ କର୍ମଚାରୀମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଦେବା ଉଚିତ ବୋଲି ଆଇସିଏମଆର କହିଛି।

ଏହାପୂର୍ବରୁ କେବଳ କରୋନା ରୋଗୀଙ୍କ ସିଧାସଳଖ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀ ଓ ଲ୍ୟାବ କର୍ମଚାରୀଙ୍କୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଖାଇବାକୁ ଆଇସିଏମଆର ଅନୁମତି ଦେଇଥିଲା।



from Odisha Reporter https://ift.tt/3cWP14x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages