୫୮ ନୂଆ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର, ୪୧ ସୁରତ ଫେରନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 9, 2020

୫୮ ନୂଆ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର, ୪୧ ସୁରତ ଫେରନ୍ତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି। ଏହି ୫୮ ଜଣଙ୍କ ମଧ୍ୟରୁ ୫୭ ଜଣ ବାହାର ରାଜ୍ୟରୁ ଫେରିଥିଲେ। ୪୧ ଜଣ ସୁରତରୁ ଫେରିଥିବା ବେଳେ ୧୦ ଜଣ ପଶ୍ଚିମବଙ୍ଗରୁ, ୫ ଜଣ ବର୍ଣ୍ଣାଟକାରୁ ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ। ସେହିପରି କେବଳ ଜଣେ ସ୍ଥାନୀୟ ଅଞ୍ଚଳର ଏବଂ ତାଙ୍କୁ ଛାଡ଼ି ବାକି ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।

୫୮ଟି ନୂଆ କେସ୍ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯ଟି ରହିଛି। ଆଉ ଏମାନେ ସମସ୍ତେ ସୁରତ ଫେରନ୍ତା। ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକାରୁ ଫେରିଥିଲେ। ବାକି ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା। ଅନୁଗୋଳ ଜିଲ୍ଲାରେ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ସୁରତରୁ ଫେରିଥିଲେ। ସେହିପରି ଜଣେ ମହାରାଷ୍ଟ୍ରରୁ ଫେରିଥିଲେ। ତେବେ ବାକି ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ଜଣେ ଆକ୍ରାନ୍ତ ସୁରତରୁ ଫେରିଥିଲେ।


ଅନ୍ୟପକ୍ଷରେ ଅନୁଗୋଳରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି।

୨୯ଟି ନୂଆ କେସ୍ ସହିତ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଯାଇଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଥିବା ବେଳେ ୧୧୭ ଚିକିତ୍ସାଧୀନ ଅଛନ୍ତି ଓ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫ଟି ନୂଆ କେସ୍ ସହିତ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଆଉ ଜଣେ ଚିହ୍ନଟ ହେବା ପରେ ଏଠାରେ ମୋଟ ସଂଖ୍ୟା ୮ରେ ପହଞ୍ଚି ଯାଇଛି ଓ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ମୋଟ ୩୫୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୨୮୧ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।



from Odisha Reporter https://ift.tt/35Sf5LB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages