ମାଛ ପାଟିରୁ ବାହାରିଲା ଧଳା ଜହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ମାଛ ପାଟିରୁ ବାହାରିଲା ଧଳା ଜହର

ଜଳେଶ୍ୱର (ଅଜିତ ଦାସ): ନିଶା ବ୍ୟବସାୟୀମାନେ ନିଶା କାରବାର କରିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି। ପୁଲିସ୍ ଓ ଅବକାରୀ ବିଭାଗ ଆଖିରୁ ଖସିଯିବା ପାଇଁ କେତେବେଳେ ଆମ୍ବୁଲାନ୍ସ ସାହାଯ୍ୟ ନେଉଛନ୍ତି ତ କେତେବେଳେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି।

ବାଲେଶ୍ୱର ଜିଲ୍ଲାରେ ଏଭଳି ଅଭିନବ ଢଙ୍ଗରେ ଚୋରା ଚାଲାଣ ହେଉଥିବା ଧଳା ଜହର କାରବାରର ପର୍ଦ୍ଦାଫାସ ହୋଇଛି। ପୁଲିସ୍‌ ୩୦ ଗ୍ରାମ ଧଳା ଜହର ଜବତ କରିଛି। ଏହି ଘଟଣାରେ ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପଶ୍ଚିମବଙ୍ଗର ବୋଲି ଜଣା ପଡ଼ିଥିବା ବେଳେ ତାଙ୍କ ନାଁ ଜଣାପଡ଼ିନାହିଁ।

ଆଜି ସକାଳେ ଅଭିଯୁକ୍ତଜଣଙ୍କ ଜଳେଶ୍ୱରରୁ ଏକ ମାଛ କିଣିଥିଲେ। ପରେ ମାଛ ପାଟିରେ ତିନୋଟି ପୁଡ଼ିଆ ଧଳା ଜହର ପୁରାଇ ଦେଇଥିଲେ। ସେ ଭାବିଥିଲେ ଏମିତି ଧଳା ଜହର ନେଲେ କେହି ଧରିବେନି।  ହେଲେ ସବୁ ଚାଲ ଫେଲ୍ ମାରିଲା।

ଜଳେଶ୍ୱର ପୁଲିସ୍‌ କୌଣି ସୂତ୍ରରୁ ଖବର ପାଇ ଲକ୍ଷ୍ମଣ ନାଥ ସୀମାରେ ଅଭିଯୁକ୍ତଙ୍କୁ ଅଟକାଇଥିଲେ।  ଏହାପରେ ଯାଞ୍ଚ କରି ମାଛ ପାଟିରୁ  ତିନୋଟି ପୁଡ଼ିଆ ଧଳା ଜହର  ଜବତ କରିଥିଲା। ଏହାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।  ଏହାର ପଛରେ କାହାର ହାତ ରହିଛି, ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପୁଲିସ୍‌ ମାଛ ସହ ବାଇକ୍‌କୁ  ଜବତ କରିଛି।

 



from Odisha Reporter https://ift.tt/2SLToYk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages