ଗଞ୍ଜାମ ଜିଲ୍ଲା ଗସ୍ତରେ ୭ ଜଣିଆ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 9, 2020

ଗଞ୍ଜାମ ଜିଲ୍ଲା ଗସ୍ତରେ ୭ ଜଣିଆ ଟିମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ବ୍ୟବସ୍ଥାର ତଦାରଖ କରିବା ପାଇଁ ୭ ଜଣିଆ ଟିମ୍ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏହି ଟିମ୍ ଯାଇଛି। ଏହି ଟିମ୍‌ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO), ICMR ଓ RMRCର ପ୍ରତିନିଧି ସାମିଲ ଅଛନ୍ତି। ସେମାନେ ଜିଲ୍ଲାରେ କଣ୍ଟେନ୍‌ମେଣ୍ଟ କଟକଣା, କରୋନା ସ୍ଥିତି ନିରୀକ୍ଷଣ ଓ ଚିକିତ୍ସା ସହାୟତା ଆଦି ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ।

ଏଥିସହ ସ୍ଥାନୀୟ ପ୍ରଶାସନକୁ ଏମ୍‌କେସିଜି ମେଡିକାଲ୍ ପକ୍ଷରୁ ମଧ୍ୟ ସହାୟତା କରାଯାଉଥିବା ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ‘ଫାଇଭ୍ ଟି’ ସଚିବ ଭି.କେ. ପାଣ୍ଡିଆନ୍ ମଧ୍ୟ ଗଞ୍ଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ ଆଲୋଚନା କରି ବର୍ତ୍ତମାନ ସ୍ଥିତିରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ କରାଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। କେବଳ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/3fxi7t3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages