ଟ୍ରକ୍ ଓଲଟି ୫ ଶ୍ରମିକ ମୃତ, ୧୫ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 9, 2020

ଟ୍ରକ୍ ଓଲଟି ୫ ଶ୍ରମିକ ମୃତ, ୧୫ ଆହତ

ଭୋପାଳ: ଏକ ଟ୍ରକ୍ ଓଲଟି ପଡ଼ିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ପ୍ରାୟ ୨୦୦ କି.ମି ଦୂର ନରସିଂହପୁର ଗାଁରେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଶ୍ରମିକମାନେ ଏକ ଆମ୍ବ ବୋଝେଇ ଟ୍ରକ୍‌ରେ ହାଇଦ୍ରାବାଦରୁ ଆସୁଥିଲେ। ସେମାନଙ୍କ ମଧ୍ୟରୁ କେତେକ ମଧ୍ୟପ୍ରଦେଶର ଝାନ୍‌ସୀ ସହରକୁ ଯାଉଥିବା ବେଳେ ଆଉ କିଛି ଉତ୍ତର ପ୍ରଦେଶ ଯାଉଥିଲେ। ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହା ସହିତ ସମସ୍ତଙ୍କର କରୋନା ଟେଷ୍ଟ ପାଇଁ ସାମ୍ପଲ ମଧ୍ୟ ନିଆଯାଇଛି। କାରଣ ସେମାନଙ୍କ ମଧ୍ୟରୁ ଜଣେ ଜ୍ୱରରେ ମଧ୍ୟ ପୀଡ଼ିତ ଅଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଦୁଇ ଦିନ ତଳେ ମହାରାଷ୍ଟ୍ରରେ ୧୬ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢ଼ିଯାଇଥିଲେ। ସେମାନେ ମହାରାଷ୍ଟ୍ରର ଜଲାନରୁ ମଧ୍ୟପ୍ରଦେଶର ଭୁଶବଲକୁ ଫେରୁଥିଲେ। ସେମାନେ ଟ୍ରେନ୍‌ ଲାଇନ୍‌ରେ ଚାଲି ଚାଲି ଯାଉଥିଲେ।



from Odisha Reporter https://ift.tt/2WiL04H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages