ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା କେ. ନୂଆ ଗାଁ ଥାନା ଅନ୍ତର୍ଗତ ଚିକିଟି ଲିଆଖାଇ ଗାଁର ବୃନ୍ଦାବନ ନାଇକଙ୍କ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଘରୁ ନଗଦ ୩୦ ହଜାର ଟଙ୍କା, ଦୁଇ ଭରି ସୁନା ଓ ୧୦ ତୁଳା ରୁପା ଅଳଙ୍କାର ଚୋରି ହୋଇଛି।
ଗତକାଲି ବିଳମ୍ୱିତ ରାତିରେ ବୃନ୍ଦାବନ ଓ ତାଙ୍କ ପରିବାର ଲୋକେ ଶୋଇଥିଲେ। ଏହି ସମୟରେ ଗେଟ୍ ତାଲା ଭାଙ୍ଗି ଚୋରମାନେ ତାଙ୍କ ଘରେ ଭିତରେ ପଶି ଲୁଟ୍ପାଟ କରିଥିଲେ। ଏନେଇ ଆଜି ସକାଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ତେବେ ଚୋରଙ୍କ ସଂପର୍କରେ କିଛି ଜଣାପଡ଼ିନି।
from Odisha Reporter https://ift.tt/2WkXrwV
No comments:
Post a Comment