ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳର ଦୁର୍ଲଭପୁର ଗାଁ ପାଖରେ ଥିବା କାଜୁ ବଗିଚାରେ ଜଙ୍ଗଲି ବାର୍ହା ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଅମରେନ୍ଦ୍ର ମହାପାତ୍ର।
ଆଜି ସକାଳେ ଅମରେନ୍ଦ୍ର ଏହି କାଜୁ ବଗିଚାରେ କାଜୁ ତୋଳୁଥିଲେ। ଏହି ସମୟରେ ଜଙ୍ଗଲି ବାର୍ହାଟି ତାଙ୍କୁ ଆକ୍ରମଣ କରିଥିଲା। ବାର୍ହା ତାଙ୍କ ଜଙ୍ଘଙ୍କୁ କାମୁଡ଼ି ଦେଇଥିଲା। ଅମରେନ୍ଦ୍ରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
from Odisha Reporter https://ift.tt/2xPMYjJ
No comments:
Post a Comment