ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ, ଭାଣଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

ଡ୍ୟାମ୍‌ରେ ବୁଡ଼ିଗଲେ ମାଇଁ, ଭାଣଜୀ

ମୋହନା(ମିହିରି ଜତି): ଡ୍ୟାମ୍‌ରେ ବୁଡ଼ି ମାଇଁ ଓ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଢ଼ାଡ଼ିହ ଗାଁରେ। ମୃତକଦ୍ୱୟ ହେଲେ ମାଇଁ ଏବନି ମଣ୍ଡଳ ଓ ଭାଣଜୀ ଇସ୍ପାଞ୍ଜଳି ଶବର (୧୦)। ଇସ୍ପାଞ୍ଜଳିଙ୍କ ଘର ହିଡିକମା ଗାଁରେ ହୋଇଥିବା ବେଳେ ଲକ୍‌ଡାଉନ୍‌ ପୂର୍ବରୁ ସେ  ମାମୁଁ ଘରକୁ ବୁଲିବାକୁ ଯାଇଥିଲେ।

ଗତକାଲି ସନ୍ଧ୍ୟାରେ ମାଇଁ ଏବନିଙ୍କ ସହ ଇସ୍ପାଞ୍ଜଳି ଗାଁ ନିକଟସ୍ଥ ଡ୍ୟାମ୍‌କୁ ଗାଧୋଇବାକୁ ଯାଇଥିଲେ। ହେଲେ ଏହି ସମୟରେ ଇସ୍ପାଞ୍ଜଳିଙ୍କ ଗୋଡ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ଏବନି ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ତେବେ ସେମାନେ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକେ  ଓ ଗାଁ ଲୋକେ ବହୁ ଖୋଜା ଖୋଜି କରି ତାଙ୍କୁ ପାଇ ନ ଥିଲେ।  ଏନେଇ ଆଜି ସକାଳେ  ପରିବାର ଲୋକେ ପୁଲିସ୍‌କୁ ଜଣାଇଥିଲେ। ଖବର ପାଇ ମୋହନା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଟି ମୃତଦେହକୁ ଡ୍ୟାମ୍‌ରୁ ଉଦ୍ଧାର କରିଥିଲା। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି।



from Odisha Reporter https://ift.tt/3bVJbQJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages