ସୋର (ଶଶୀକାନ୍ତ ବେହେରା): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସମସ୍ତ ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ଆଉ ଏହି କ୍ଷମତାକୁ ପ୍ରୟୋଗ କରି ବାଲେଶ୍ଵର ଜିଲ୍ଲା ଖଇରା ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ସୁଦର୍ଶନ ସେଠୀ। ଆଜି ସକାଳ ୬ଟାରୁ ଏଠାରେ ଶଟ୍ଡାଉନ୍ ଲାଗୁ ହୋଇଛି।
ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ସୁରତ, ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଆଦି ସ୍ଥାନରୁ ପ୍ରବାସୀ ଓଡ଼ିଆମାନେ ଆସୁଥିବା ଯୋଗୁ କରୋନା ସଂକ୍ରମଣ ଆଶଙ୍କାରେ ସରପଞ୍ଚ ଶ୍ରୀ ସେଠୀ ଏହି ପଦକ୍ଷେପ ନେଇଛନ୍ତି। ଖଇରା ପଞ୍ଚାୟତର ଆଳଦା, ପୁରୁଷୋତ୍ତମପୁର, ବଣପାରିଆ, ନଟାପଡ଼ା, ବିଷ୍ଣୁପୁର, ଜିଆଣିପଦା, କଣ୍ଟିଗଡ଼ିଆ ଗାଁ ଓ ଖଇରା ବଜାରକୁ ଆଜି ସକାଳ ୬ଟାରୁ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରାଯାଇଛି। ତେବେ ଏହି ୪୮ ଘଣ୍ଟା ମଧ୍ୟରେ ସମସ୍ତ ଜରୁରୀକାଳୀନ ସେବା ଚାଲିବ। ଡାକ୍ତରଖାନା ଓ ଔଷଧ ଦୋକାନ ଖୋଲା ରହିବ ବୋଲି ଘୋଷଣା କରାଯାଇଛି। ଶଟ୍ଡାଉନ୍ ନେଇ ପଞ୍ଚାୟତର ସମସ୍ତ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରାଯାଇଛି।
from Odisha Reporter https://ift.tt/2WMzVI3
No comments:
Post a Comment