୧୪ ମେ’,ଗୁରୁବାର: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

୧୪ ମେ’,ଗୁରୁବାର: ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ

ମେଷ: ଉଚ୍ଚ ଅଧିକାରୀଙ୍କୁ ଠାରୁ ପ୍ରଶଂସିତ ହେବେ। ମନ ଖୁସି ରହିବ। ଗାଈକୁ ଜଳ ପିଇବାକୁ ଦିଅନ୍ତୁ।

ବୃଷ: ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରଗତି କରିବେ। ସରକାରଙ୍କ ନୀତି ନିୟମକୁ ମାନି ଚଳିବା ଆପଣଙ୍କ ପାଇଁ ଶୁଭ ହେବ। ପିତାଙ୍କ ଠାରୁ ସ୍ନେହ ମିଳିବ।

ମିଥୁନ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି।

କର୍କଟ: ସାଙ୍ଗସାଥୀ ତଥା ସହଯୋଗୀଙ୍କ ଦ୍ୱାରା ଅର୍ଥ ଲାଭ ହେବ। ଭାଗଦାରୀ ବ୍ୟବସାୟ ଲାଭଜନକ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ସୁରକ୍ଷାକର୍ମୀମାନେ ତତ୍ପର ହେବେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ।

କନ୍ୟା: ଗୁରୁଜନଙ୍କ ଉପଦେଶ ଆପଣଙ୍କ କାମରେ ଆସିବ। କଳାକାରମାନେ  ଶୁଭ ଖବର ପାଇବେ। ଅଫିସ କାମକୁ ନେଇ ବ୍ୟସ୍ତ ରହିବେ।

ତୁଳା: ପାଦଜନିତ ବ୍ୟଥା ଅନୁଭବ କରିବେ। କୃଷି ଜାତୀୟ ବ୍ୟବସାୟରେ କ୍ଷତି ସହିବେ। ଗୃହ ସମସ୍ୟା କଷ୍ଟଦାୟକ ହେବ।

ବିଛା: ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ବୁଦ୍ଧିଜୀବୀମାନେ ନୂତନ କର୍ମପନ୍ଥା ଆବିଷ୍କାର କରିବେ। କର୍ମକ୍ଷେତ୍ର ସୁଦୃଢ ରହିବ।

ଧନୁ: ହଠାତ୍ ଧନବ୍ୟୟ ହୋଇପାରେ। ଆୟ ପନ୍ଥାକୁ ନେଇ ଚିନ୍ତିତ ରହିବେ। ଦୁଃଖକଥା କହିପାରିବେନି ବା ସହିପାରିବେନି।

ମକର: ମନ ଚଞ୍ଚଳ ରହିବ। ଦେଖିଚାହିଁ କଥାବାର୍ତ୍ତା କରନ୍ତୁ। କର୍ମକ୍ଷେତ୍ରରେ କଠୋର ଶାସନ ମନକୁ କଷ୍ଟ ହେବ। ଗରିବ ଲୋକଙ୍କୁ ଅନ୍ନଦାନ କରନ୍ତୁ।

କୁମ୍ଭ: ଆର୍ଥିକ ଅନାଟନ ଦେଖାଯିବ। ମାନସିକ ରୋଗର ଶୀକାର ହୋଇପାରନ୍ତି। ନକାରାତ୍ମକ ଭାବନା କାର୍ଯ୍ୟନାଶ କରିବ।

ମୀନ: ସନ୍ତାନଙ୍କ ଠାରୁ ସୁସମାଚାର ମିଳିବ। ଲେଖକ ଓ କବିମାନଙ୍କ ପାଇଁ ଦିନଟି ଶୁଭ ରହିବ।



from Odisha Reporter https://ift.tt/3cHnh3K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages