କାଲିଠାରୁ ଏହି ସ୍ଥାନରେ ଆରମ୍ଭ ହେବ ମଦର ହୋମ ଡେଲିଭରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 13, 2020

କାଲିଠାରୁ ଏହି ସ୍ଥାନରେ ଆରମ୍ଭ ହେବ ମଦର ହୋମ ଡେଲିଭରୀ

ମୁମ୍ବାଇ: କରୋନା ଲକଡାଉନ ମଧ୍ୟରେ ମଦ ଦୋକାନ ଖୋଲିବାରୁ ଏହାକୁ କିଣିବା ପାଇଁ ପ୍ରବଳ ଭିଡ଼ ଜମୁଛି। ଲୋକମାନେ ସାମାଜିକ ଦୂରତାକୁ ଭୁଲି ମଦ ଦୋକାନ ଆଗରେ ଭିଡ଼ କରୁଛନ୍ତି। ଭିଡ଼କୁ ନିୟନ୍ତ୍ରଣ କରିବା ଓ ଲୋକଙ୍କ କରୋନା ଦାଉରୁ ରକ୍ଷା କରିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ମଦର ହୋମ ଡେଲିଭରୀ ଆରମ୍ଭ କରାଯିବ ବୋଲି ସରକାର କହିଛନ୍ତି। ମହାରାଷ୍ଟ୍ର ସରକାର ମଙ୍ଗଳବାର ଠାରୁ ହିଁ ମଦର ହୋମଡେଲିଭରୀ ଆରମ୍ଭ କରିବାକୁ ପ୍ରଥମେ ଘୋଷଣା କରିଥିଲେ। ହେଲେ ମଦ ଦୋକାନୀମାନେ ନିଜକୁ ଏଥିପାଇଁ ପ୍ରସ୍ତୁତ କରିବାକୁ କିଛି ସମୟ ମାଗିଥିଲେ। ସେମାନଙ୍କ ସହ ଆଲୋଚନା କରି ସରକାର ଶୁକ୍ରବାର ଠାରୁ ମଦର ହୋମ ଡେଲିଭରୀ ଆରମ୍ଭ ହେବ ବୋଲି ବିଜ୍ଞପ୍ତି ଜାରି କରିଛନ୍ତି।

ଏଥିରେ କୁହାଯାଇଛି ଯେ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଯେଉଁ ସବୁ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଛି, ସେଠାରେ ଏହାର ହୋମ ଡେଲିଭରୀ ହୋଇପାରିବ। ଗୋଟିଏ ମଦ ଦୋକାନା ୧୦ ଜଣରୁ ଅଧିକ ଡେଲିଭରୀ ବୟ ନିଯୁକ୍ତ କରିପାରିବେ ନାହିଁ। ସେହିପରି ଜଣେ ଡେଲିଭରୀ ବୟ ଗୋଟିଏ ଥରରେ ୨୪ଟି ମଦ ବୋତଲ ଲୋକଙ୍କ ପାଖକୁ ନେଇ ଯାଇପାରିବେ।

ମଦ ଦୋକାନୀମାନେ ହୋମ ଡେଲିଭରୀ କରିବାକୁ ଥିଲେ ମଧ୍ୟ ଅଧିକ ଦାମ ନେଇପାରିବେ ନାହିଁ। ମଦ ବୋତଲ ଉପରେ ଯେତିକି ଲେଖା ଯାଇଛି, ସେତିକି ଟଙ୍କାରେ ଗ୍ରାହକଙ୍କୁ ଏହା ବିକ୍ରି କରିବେ। ମଦର ହୋମ ଡେଲିଭରୀ ପାଇଁ ଅନୁମତି ଦିଆଯାଇଥିଲେ ହେଁ ଦୋକାନୀମାନେ ପୂର୍ବଭଳି ସାମାଜିକ ଦୂରତା ବଜାୟୀ ରଖିବେ ଓ କର୍ମଚାରୀମାନେ ନିୟମିତ ସାନିଟାଇଜ ହେବେ ବୋଲି କୁହାଯାଇଛି।



from Odisha Reporter https://ift.tt/2Wv6OKE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages