ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲୁଣ ମିଳିବନି ବୋଲି ଗୁଜବ ପ୍ରଚାର ପରେ ନବରଙ୍ଗପୁର ଜିଲାର ବିଭିନ୍ନ ଦୋକାନ ସମ୍ମୁଖରେ ଲୁଣ ପାଇଁ ଦେଖିବାକୁ ମିଳିବା ଅସମ୍ଭବ ଭିଡ଼। ଏମିତିକି କେହି କେହି ବସ୍ତା ବସ୍ତା ଲୁଣ ବୋହି ବୋହି ନେଇଯାଉଥିବା ଦେଖିବାକୁ ମିଳୁଛି । ଲୁଣ ପାଇଁ ଲୋକେ ସାମାଜିକ ଦୂରତା ନିୟମକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିବା ବେଳେ ମୁହଁରେ ବି ମାସ୍କ ନାହିଁ।
ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ ଏବଂ ଚନ୍ଦାହାଣ୍ଡି ବ୍ଲକରେ ଏବେ ଲୁଣ ସଙ୍କଟ ଗୁଜବ ପ୍ରଚାରିତ ହୋଇଛି। ଆଜି ସକାଳୁ ଉମରକୋଟ ବ୍ଲକର ବିଭିନ୍ନ ଦୋକାନ ସମ୍ମୁଖରେ ଲୁଣ ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଖବର ପାଇ ଉମରକୋଟ ତହସିଲଦାର, ବଜାର ନିରୀକ୍ଷକ ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ବୁଝାଶୁଝା କରିଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନ ଥିଲେ।
ଅପରପକ୍ଷେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଟ୍ୱିଟ କରି ଲୋକଙ୍କୁ ଏପରି ଗୁଜବରେ ବିଶ୍ୱାସ ନ କରିବାକୁ କହିଛନ୍ତି। ଯଥେଷ୍ଟ ପରିମାଣର ଲୁଣ ମହଜୁଦ ଅଛି ବୋଲି କହିବା ସହ ଲୁଣ ପାଇଁ ଏପରି ବ୍ୟସ୍ତ ବିବ୍ରତ କିମ୍ବା ଆତଙ୍କିତ ନ ହେବାରୁ ସେ ଲୋକଙ୍କୁ କହିଛନ୍ତି। ଅପରପକ୍ଷେ ଏଭଳି ଗୁଜବକାରୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
from Odisha Reporter https://ift.tt/3dBKOTV
No comments:
Post a Comment