ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଡେଇଁଲା, ସ୍ଥିତି ଜଟିଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ଡେଇଁଲା, ସ୍ଥିତି ଜଟିଳ

ୱାଶିଂଟନ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ସାରା ବିଶ୍ୱକୁ କଲବଲ କରିବାରେ ଲାଗିଛି। ଡିସେମ୍ବର ମାସରେ ଚାଇନାରେ ପ୍ରଥମେ ଏହି ଭାଇରସ ଚିହ୍ନଟ ହୋଇଥିବା ବେଳେ ସେବେଠାରୁ ପୂରା ବିଶ୍ୱକୁ ଏହି ପ୍ରାଣଘାତୀ ଭାଇରସ କବଳିତ କରିବାକୁ ଲାଗିଛି।

ଆମେରିକା ଠାରୁ ଭାରତ ଯାଏ କେହି ବି ଏହି ଭାଇରସ କବଳରୁ ରକ୍ଷା ପାଇନାହାନ୍ତି। ବର୍ତ୍ତମାନ ସ୍ଥିତି ଏପରି ହୋଇଛି ଯେ ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଲକ୍ଷ ପାର କରିଯାଇଛି।

କରୋନା ୱାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ, ୨୧୩ ଓ ୧୩ଟି ଜାହାଜକୁ କବଳିତ କରିଥିବା କରୋନାରେ ଏଯାଏ ୫୦,୮୫,୫୦୪ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଥିରେ ୩, ୨୯,୭୩୧ ଜଣ ପ୍ରାଣ ହରାଇଥିବା ବେଳେ ୨୦,୨୧,୬୬୬ ଜଣ ସୁସ୍ଥ ହୋଇଛନ୍ତି। ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଥିବାରୁ ଏହାର ମୁକାବିଲା କେମିତି କରାଯିବ, ତା’କୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି।

ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ ଏହି ଭାଇରସ ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୯୧,୯୯୧ ଥିବା ବେଳେ ମୃତ୍ୟୁସଂଖ୍ୟା ୯୪,୯୯୪ ରହିଛି। ସେହିପରି ରୁଷରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮ ହଜାର ୭୦୫ରେ ପହଞ୍ଚି ଯାଇଛି। ତେବେ ଏଠାରେ ମୃତ୍ୟୁହାର କମ ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ୨୯୭୨ ଜଣଙ୍କ ଜୀବନ ନେଇଛି। ବ୍ରାଜିଲ ସ୍ଥିତି ବି ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ଏଠାରେ ୧୫ ଶହରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। କ୍ଷତିଗ୍ରସ୍ତ ତାଲିକାର ୩ ନଂ ସ୍ଥାନରେ ଥିବା ବ୍ରାଜିଲରେ ୨,୯୩,୩୫୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୮,୮୯୪ ଜଣଙ୍କ ମୃତ୍ୟୁ ଘଟିଛି।

୪ର୍ଥରେ ସ୍ପେନ, ୫ମରେ ବ୍ରିଟେନ, ୬ଷ୍ଠରେ ଇଟାଲୀ, ୭ମରେ ଫ୍ରାନ୍ସ, ୮ମରେ ଜର୍ମାନୀ, ୯ମରେ ତୁର୍କୀ, ୧୦ମରେ ଇରାନ ଓ ୧୧ତମ ସ୍ଥାନରେ ଭାରତ ରହିଛି। ସ୍ପେନରେ ୨୭,୮୮୮, ବ୍ରିଟେନରେ ୩୫,୭୦୪, ଇଟାଲୀରେ ୩୨,୩୩୦, ଫ୍ରାନ୍ସରେ ୨୮,୧୩୨, ଜମାର୍ନୀରେ ୮,୨୭୦, ତୁର୍କୀରେ ୪,୨୨୨, ଇରାନରେ ୭,୧୮୩ ଓ ଭାରତରେ ୩୪୩୪ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/3g8s6Fs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages