ଭିଡ଼ ହଟାଇବା ପାଇଁ ସ୍ଥାନାନ୍ତର ହେଲା ହୋଲ୍‌ସେଲ୍‌ ବଜାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 9, 2020

ଭିଡ଼ ହଟାଇବା ପାଇଁ ସ୍ଥାନାନ୍ତର ହେଲା ହୋଲ୍‌ସେଲ୍‌ ବଜାର

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ସହରର ହୋଲସେଲ୍‌ ବଜ଼ାରରୁ ଭିଡ଼ ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠୁ ଏହାକୁ ଉଦିତନଗର ପ୍ୟାରେଡ୍‌ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଫଳରେ ଏବେ ଡେଲିମାର୍କେଟ୍‌, ପ୍ଲାଣ୍ଟସାଇଟ ରୋଡ୍‌, ପୁରୁଣା ଷ୍ଟେସନ ରୋଡ୍‌ର ପାଇକାରୀ ବ୍ୟବସାୟୀମାନେ ଉଦିତନଗର ପ୍ୟାରେଡ୍‌ ପଡ଼ିଆରେ ସେମାନଙ୍କ ବ୍ୟବସାୟ କରିପାରିବେ। ଏଥିସହ ବିଭିନ୍ନ ସ୍ଥାନରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଆସୁଥିବା ଟ୍ରକ୍‌ ଗୁଡିକୁ ମଧ୍ୟ ପ୍ୟାରେଡ୍‌ ପଡ଼ିଆରେ ରଖାଯାଇ ଅନଲୋଡ୍‌ କରାଯାଉଛି। ରାଉରକେଲା ବଣିକ ସଂଘ ଓ ରାଉରକେଲା ବ୍ୟବସାୟୀ ସଂଘର କର୍ମକର୍ତ୍ତା ତଥା ପ୍ରଶାସନର ମିଳିତ ଉଦ୍ୟମରେ ଲୋକଙ୍କ ସୁବିଧା ଏବଂ ସାମାଜିକ ଦୂରତା ରକ୍ଷା ଲାଗି ଏହି ପଦକ୍ଷେପ ନିଆଯାଇଛି।

 

 

 



from Odisha Reporter https://ift.tt/3blrjNO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages