ପାଟନା: ପୁଣିଥରେ କରୋନା ଲକଡାଉନ ଯୋଗୁ ପ୍ରବାସୀମାନେ ଭୋଗୁଥିବା ଯନ୍ତ୍ରଣାର ଏକ ଛବି ସାମ୍ନାକୁ ଆସିଛି। ଜଣେ ୨୮ ବର୍ଷୀୟ ଗର୍ଭବତୀ ପ୍ରଥମେ ଚାଲିଚାଲି ଓ ପରେ ଏକ ଟ୍ରକ୍ ଯୋଗେ ଦୀର୍ଘ ୯୦୦ କିମି ପଥ ଅତିକ୍ରମ କରିବା ପରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।
ନୋଏଡାରୁ ରେଖା ଦେବୀ ଓ ତାଙ୍କ ସ୍ୱାମୀ ଲକଡଉନ ଯୋଗୁ ଚାକିରି ହରାଇବାରୁ ନିଜ ରାଜ୍ୟ ବିହାର ଫେରିବାକୁ ଅପେକ୍ଷା କରିଥିଲେ। କୌଣସି ଉପାୟ ନ ପାଇ ଅନ୍ୟମାନଙ୍କ ଭଳି ସେମାନେ ବି ୯୦୦ କିମି ବାଟ ଚାଲିଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲେ। ତେବେ କିଛି ବାଟ ଚାଲିବା ପରେ ଏକ ଟ୍ରକ ଯୋଗେ ସେମାନେ ଉତ୍ତର ପ୍ରଦେଶ-ବିହାର ସୀମା ଗୋପାଲଗଞ୍ଜରେ ପହଞ୍ଚିଥିଲେ। ହେଲେ ସେଠାରୁ ଆଉ ରେଖା ଦେବୀ ପ୍ରସବ ଯନ୍ତ୍ରଣା ଯୋଗୁ ଆଗକୁ ବଢ଼ି ପାରି ନଥିଲେ।
ଶେଷରେ ଏକ ଆମ୍ବୁଲାନ୍ସ ଯୋଗେ ରେଖା ଦେବୀଙ୍କୁ ଗୋପାଲଗଞ୍ଜ ସଦର ହସ୍ପିଟାଲରୁ ନିଆଯାଇଥିଲା। ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଶିଶୁକନ୍ୟାର ନାଁ ସୃଷ୍ଟି ରଖାଯାଇଛି। ହେଲେ ଜନ୍ମ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି।
ଏହି ସ୍ଥାନରୁ ରେଖା ଓ ସନ୍ଦୀପଙ୍କ ଘର ୩୦୦ କିମି ଦୂର ସୁପାଉଲ ଜିଲ୍ଲାରେ। ସନ୍ଦୀପ କହିଛନ୍ତି, ଲକଡାଉନ ଯୋଗୁ ଆମେ ରଖିଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇଗଲା। ଶେଷରେ ସୋମବାର ଠାରୁ ମୁଁ ମୋର ୯ ମାସର ଗର୍ଭବତୀ ପତ୍ନୀଙ୍କୁ ଧରି ଚାଲିଚାଲି ଯାତ୍ରା ଆରମ୍ଭ କରିଥିଲି।
ତେବେ କିଛି ଘଣ୍ଟା ଚାଲିବା ପରେ ଗୋଟିଏ ଟ୍ରକ ଡ୍ରାଇଭରଙ୍କ ନଜର ଆମ ଉପରେ ପଡ଼ିଥିଲା। ସେ ଆମକୁ ଉତ୍ତର ପ୍ରଦେଶ ଚେକ ପୋଷ୍ଟ ଠାରୁ ପ୍ରାୟ ୧୦ କିମି ଦୂରରେ ଛାଡ଼ିଦେଇଥିଲେ। ସେଠାରୁ ଆମେ ପୁଣି ପ୍ରବଳ ଖରାରେ ଚାଲିଚାଲି ଆଗକୁ ବଢ଼ିଥିଲୁ। ହେଲେ ଗୋପାଲଗଞ୍ଜ ଠାରେ ମୋ ସ୍ତ୍ରୀ ଧୈର୍ଯ୍ୟ ହରାଇ କାନ୍ଦିବା ସହ ତଳେ ପଡ଼ିଯାଇଥିଲେ।
ଶେଷରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତରମାନେ ମୋ ପତ୍ନୀଙ୍କୁ କରୋନା ହୋଇଥିବା ଆଶଙ୍କାରେ ଚିକିତ୍ସା ଯୋଗାଇ ଦେବାକୁ ମନା କରିଥିଲେ। ହେଲେ ମୁଁ ଡିଏମ ଅଶ୍ରଦ ଅଜିଜଙ୍କୁ ଜଣାଇବା ପରେ ତାଙ୍କ ନିର୍ଦ୍ଦେଶକ୍ରମେ ମୋ ପତ୍ନୀଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା।”
from Odisha Reporter https://ift.tt/3fWewF0
No comments:
Post a Comment