ସିଗାରେଟ କମ୍ପାନୀ ତିଆରି କଲା କରୋନା ଟିକା, ଟ୍ରାଏଲ ପାଇଁ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 15, 2020

ସିଗାରେଟ କମ୍ପାନୀ ତିଆରି କଲା କରୋନା ଟିକା, ଟ୍ରାଏଲ ପାଇଁ ପ୍ରସ୍ତୁତ

ଲଣ୍ଡନ: ସିଗାରେଟ ନିର୍ମାଣ କରି ବିଶ୍ୱରେ ଅଗ୍ରଣୀ ସ୍ତରରେ ପହଞ୍ଚିଥିବା ଏକ କମ୍ପାନୀ ମହାମାରୀ କରୋନା ଭାଇରସର ସମ୍ଭାବ୍ୟ ଟିକା ବାହାର କରିଥିବା ଦାବି କରିଛି। ଏହି ଟିକାର ପରୀକ୍ଷା ଲ୍ୟାବରେ ସଫଳତାର ସହ ଶେଷ ହୋଇଛି ଏବଂ ଏବେ ଏହା ମଣିଷଙ୍କ ଶରୀରରେ ପରୀକ୍ଷା ହେବାକୁ ପ୍ରସ୍ତୁତ ଥିବା କହିଛି।

ବ୍ରିଟିଶ ଆମେରିକାନ ତମ୍ବାଖୁ କମ୍ପାନୀ ସିଗାରେଟ ନିର୍ମାଣ କରିବାରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି। ସିଗାରେଟ ଟାଣିବା ଦ୍ୱାରା ଫୁସଫୁସ ଜନିତ କ୍ୟାନସର ହୋଇଥାଏ। କରୋନାରେ ଆକ୍ରାନ୍ତ ବ୍ୟକ୍ତି ଯଦି ସିଗାରେଟ ଟାଣିବେ, ତା’ହେଲେ ଏହା ଅତ୍ୟନ୍ତ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ ସୂଚନା ଜାରି କରିଛି।

ଶୁକ୍ରବାର କମ୍ପାନୀ କହିଛି ଯେ ପରୀକ୍ଷା ମୂଳକ ଭାବେ କରୋନା ମହାମାରୀକୁ ମାତ ଦେବାକୁ ପ୍ରସ୍ତୁତ ହୋଇଥିବା ଟିକା ଲ୍ୟାବ ଟ୍ରାଏଲରେ ସଫଳତା ପାଇଛି। ଏବେ ଏହା ହ୍ୟୁମାନ ଟ୍ରାଏଲ ପାଇଁ ପ୍ରସ୍ତୁତ ରହିଛି। ଟିକା ଦ୍ୱାରା ମଣିଷ ଶରୀରରେ ସକାରାମତ୍କ ଢଙ୍ଗରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ।

ଆମେରିକାରେ ବର୍ତ୍ତମାନ ଏହି ଟିକାର ହ୍ୟୁମାନ ଟ୍ରାଏଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି କ୍ଲିନିକାଲ ଟ୍ରାଏଲ ପାଇଁ ଏବେ ଅର୍ଥ ଯୋଗାଡ଼ ହେଉଛି ଏବଂ ଆମର ଆଶା ଜୁନ ଶେଷ ବେଳକୁ ଏହାକୁ ଆରମ୍ଭ କରି ସାରିଥିବୁ। ସେହିପରି ଟିକାର ପରୀକ୍ଷା କରିବା ପାଇଁ ଆମେ ଆମେରିକା ଓ ଅନ୍ୟ ଦେଶର ସ୍ୱାସ୍ଥ୍ୟ ଅଧିକାରୀରଙ୍କ ଯୋଗାଯୋଗରେ ରହିଛୁ।



from Odisha Reporter https://ift.tt/2zEdFZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages