କରୋନା ମୁକାବିଲା: ଭାରତ ଖର୍ଚ୍ଚ କରିବ ଜିଡିପିର ୧୦%, ଅନ୍ୟାନ୍ୟ ୫ ଦେଶ କେତେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

କରୋନା ମୁକାବିଲା: ଭାରତ ଖର୍ଚ୍ଚ କରିବ ଜିଡିପିର ୧୦%, ଅନ୍ୟାନ୍ୟ ୫ ଦେଶ କେତେ?

ନୂଆଦିଲ୍ଲୀ: କରୋନା ଭାଇରସ ସହିତ ମୁକାବିଲା କରିବାକୁ ଯାଇ ଦେଶ ଲକଡାଉନ୍ ରହିଛି। ଲକଡାଉନ୍ ପାଇଁ ଦେଶର ଅର୍ଥନୀତି ଖରାର ହୋଇଛି। ଆଗକୁ ଏହି ମହାମାରୀ ସହିତ ଦେଶବାସୀଙ୍କୁ ଯିବାକୁ ହେବ। ତେଣୁ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ୍ ୪.୦ ପୂର୍ବରୁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଆତ୍ମନିର୍ଭର ଭାରତ ପ୍ୟାକେଜ ନାଁରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ୟାକେଜ ଭାରତର ଅଭିବୃଦ୍ଧି ହାର ବା ଜିଡିପିର ୧୦ ପ୍ରତିଶତ ବୋଲି ମୋଦି କହିଛନ୍ତି। ଅନ୍ୟାନ୍ୟ ଦେଶ ମଧ୍ୟ କରୋନା ମୁକାବିଲା ପାଇଁ ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ଅନ୍ୟାନ୍ୟ ଦେଶ ନିଜ ଜିଡ଼ିପିର କେତେ ପ୍ରତିଶତ ଟଙ୍କା କରୋନା ରିଲିଫ୍ ପ୍ୟାକେଜ ପାଇଁ ଘୋଷଣା କରିଛନ୍ତି।

ଜାପାନ

କରୋନା ଭାଇରସର ମୁକାବିଲା କରିବା ପାଇଁ ଜାପାନ ନିଜ ଜିଡିପିର ୨୦ ପ୍ରତିଶତ ଟଙ୍କା ଆର୍ଥିକ ପ୍ୟାକେଜ ଭାବେ ଘୋଷଣା କରିଛି। ଜାପାନର ଜିଡିପି ୪.୯୭ ଲକ୍ଷ କୋଟି ରହିଛି। ଜାପାନରେ ଏଯାବତ ୧୫,୮୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୩୩ ଜଣଙ୍କର ମୃତ୍ୟୁ ଘଟିଛି।

ଆମେରିକା

କରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକା କରୋନା ମୁକାବିଲା କରିବା ପାଇଁ ନିଜ ଜିଡିପିର ୧୪ ପ୍ରତିଶତ ଟଙ୍କା ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି। ଆମେରିକାର ଜିଡିପି ୨୦.୫୪ ଲକ୍ଷ କୋଟି ଡଲାର ରହିଛି। କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶରେ ଆମେରିକା ପ୍ରଥମ ରହିଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୯୫,୦୨୬ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨ ହଜାର ଟପିଛି।

ଜର୍ମାନୀ

ଜର୍ମାନୀ ମଧ୍ୟ କରୋନା ମୁକାବିଲା କରିବା ପାଇଁ ନିଜ ଜିଡିପିର ୧୦.୭% ରିଲିଫ୍ ପ୍ୟାକେଜ ଘୋଷଣା କରିଛି। ଜର୍ମାନୀର ଜିଡିପି ୩.୯୫ ଲକ୍ଷ କୋଟି ଡଲାର ରହିଛି। ଦେଶରେ କରୋନା ଆକ୍ରାନ୍ତ ପ୍ରଥମେ ଚିହ୍ନଟ ହେବା ପରେ ଟେଷ୍ଟିଂ ବ୍ୟାପକ ପରିମାଣରେ ହେବାରୁ ଏହି ୟୁରୋପୀୟ ଦେଶରେ ମୃତକଙ୍କ ସଂଖ୍ୟା ଅନ୍ୟ ୟୁରୋପୀୟ ଦେଶ ତୁଳନାରେ କମ୍ ରହିଛି। ଜର୍ମାନୀରେ ୧୭୨, ୮୧୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୭,୬୭୬ ଜଣଙ୍କର ମୃତ୍ୟୁ ଘଟିଛି।

ବ୍ରିଟେନ୍

କରୋନା ମହାମାରୀରେ ୟୁରୋପରେ ସର୍ବାଧିକ ପ୍ରଭାବିତ ହୋଇଛି ବ୍ରିଟେନ୍। କରୋନା ମୁକାବିଲା ପାଇଁ ଏହି ଦେଶ ନିଜ ଜିଡିପିର ୫% ଟଙ୍କା ଖର୍ଚ୍ଚ କରିବ ବୋଲି ଯୋଜନା କରିଛି। ବ୍ରିଟେନର ଜିଡିପି ୨.୮୬ ଲକ୍ଷ କୋଟି ରହିଛି। ଦେଶରେ ଏଯାବତ ୨୨୬,୪୬୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୩୨,୬୯୨ ଜଣଙ୍କର ମୃତ୍ୟୁ ଘଟିଛି।

ଚୀନ୍

କରୋନାର ଉତ୍ପତ୍ତି କୁହାଯାଉଥିବା ଚୀନ୍ ମଧ୍ୟ କରୋନା ମୁକାବିଲା ପାଇଁ ନିଜ ଜିଡିପିର ୩.୮% ଟଙ୍କା ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି। ଚୀନର ଜିଡ଼ିପି ୧୩.୬୧ ଲକ୍ଷ କୋଟି ଡଲାର ରହିଛି। ଚୀନର ଉହାନ ପ୍ରଦେଶରେ ହିଁ କରୋନା ବ୍ୟାପିଥିଲା। କରୋନା ସଂକ୍ରମିତ ହେବା ଆରମ୍ଭ କରିବା ମାତ୍ରେ ଏହି ରାଜ୍ୟକୁ ସଟ୍ ଡାଉନ୍ ଘୋଷଣା କରି ଦେଇଥିଲା ଚୀନ୍। ତେଣୁ ଚୀନର ଅନ୍ୟାନ୍ୟ ରାଜ୍ୟକୁ ଏହି ମହାମାରୀ ସେତେଟା ସଂକ୍ରମିତ ହୋଇନଥିବା ଜଣାପଡ଼ିଛି।



from Odisha Reporter https://ift.tt/2WUp1QR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages