କେନ୍ଦ୍ରର ନିଷ୍ପତ୍ତି: ହେବନି ଦୈନିକ ପ୍ରେସମିଟ୍, ଜାରି ହେବ ସ୍ୱାସ୍ଥ୍ୟ ବୁଲେଟିନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

କେନ୍ଦ୍ରର ନିଷ୍ପତ୍ତି: ହେବନି ଦୈନିକ ପ୍ରେସମିଟ୍, ଜାରି ହେବ ସ୍ୱାସ୍ଥ୍ୟ ବୁଲେଟିନ୍

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବା ପରେ ଜାରି ହେବ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍। ହେଲେ ଏହା ନୂଆ ଧରଣର ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୧୨ରେ ଏହି ଘୋଷଣା କରିଛନ୍ତି। ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏବେ କେନ୍ଦ୍ର ସରକାର ଆଉ ଏକ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ଲକଡାଉନ୍ ଆରମ୍ଭ ହେବା ପାଖରୁ କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ହେଉଥିବା ଦୈନିକ ସାମ୍ୱାଦିକ ସମ୍ମଳନୀ ଆଉ ହେବ ନାହିଁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସାମ୍ୱାଦିକ ସମ୍ମିଳନୀ ଜାଗାରେ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି ହେବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ପ୍ରେସମିଟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ କରୋନା ଟେଷ୍ଟ ବାବଦରେ ସୂଚନା ଦିଆଯାଏ।

କିଭଳି ଲୋକମାନେ ଆତ୍ମନିର୍ଭର ହେବେ, ସ୍ଥାନୀୟ ଜିନିଷର ଚାହିଦା ସାଙ୍ଗକୁ ଉତ୍ପାଦ ବଢ଼ାଇ ହେବ ସେ ଦିଗରେ ଲୋକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2SZxRLE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages