ଆଜିଠୁ ଭୁବନେଶ୍ୱରରୁ ଦିଲ୍ଲୀ ଗଡ଼ିବ ଟ୍ରେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 12, 2020

ଆଜିଠୁ ଭୁବନେଶ୍ୱରରୁ ଦିଲ୍ଲୀ ଗଡ଼ିବ ଟ୍ରେନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ କଟକଣା ଭିତରେ ଆଜିଠୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଟ୍ରେନ୍ ଚାଲିବ। ଆଜି ସକାଳ ୧୦ଟାରୁ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ ହେବ। କାଲି ୧୦ଟା ୪୫ରେ ଏହି ଟ୍ରେନ୍ ନୂଆଦିଲ୍ଲୀରେ ପହଞ୍ଚିବ। ସେହିପରି ଆସନ୍ତାକାଲି ସନ୍ଧ୍ୟା ୫ଟା ୫ରେ ନୂଆଦିଲ୍ଲୀ ଛାଡ଼ି ତା’ ପରଦିନ ସନ୍ଧ୍ୟା ୫ଟା ୨୫ରେ ଭୁବନେଶ୍ୱରରେ ପହଞ୍ଚିବ।

ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲୁଛି। ଏଥିଲାଗି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ସେହି ଅନୁସାରେ କେବଳ କନଫର୍ମ ଇ-ଟିକଟ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିବ। ଯାତ୍ରାର ୯୦ ମିନିଟ୍ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ। ସେଠାରେ ସ୍ୱାସ୍ଥ୍ୟ ଯାଞ୍ଚ ପରେ କରୋନା ଲକ୍ଷଣ ନ ଥିବା ଲୋକଙ୍କୁ ବଗିରେ ପଶିବାକୁ ଅନୁମତି ଦିଆଯିବ। ଟ୍ରେନ୍ ଛାଡିବାର ୧୫ ମିନିଟ୍ ଆଗରୁ ବଗିଗୁଡ଼ିକୁ ବନ୍ଦ କରି ଦିଆଯିବ। ବଗିର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାତ୍ରୀଙ୍କୁ ସାନିଟାଇଜର ଦିଆଯିବ। ସେହିପରି ପୂରା ଯାତ୍ରା ସମୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।



from Odisha Reporter https://ift.tt/3fHYC19

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages