‘ଅନ୍‌ଲାଇନ୍‌ରେ ଡିପୋଜିଟ କରନ୍ତୁ ମେ ମାସ ବିଦ୍ୟୁତ୍‌ ବିଲ୍‌ , ମିଳିବ ଡିସ୍କାଉଣ୍ଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 27, 2020

‘ଅନ୍‌ଲାଇନ୍‌ରେ ଡିପୋଜିଟ କରନ୍ତୁ ମେ ମାସ ବିଦ୍ୟୁତ୍‌ ବିଲ୍‌ , ମିଳିବ ଡିସ୍କାଉଣ୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମେ ମାସ ବିଦ୍ୟୁତ୍‌ ବିଲ୍‌ରେ କୌଣସି ଅଧିକ ଚାର୍ଜ ଲାଗୁ କରାଯିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ୍‌ ବିଲ୍ ଦେଇଛନ୍ତି ମେ ମାସରେ ମଧ୍ୟ ଓଇଆରସି ପକ୍ଷରୁ ନିର୍ଦ୍ଧାରିତ ଦର ଅନୁସାରେ ବିଲ୍ ପୈଠ କରିବେ ।  ଏ ନେଇ ସେସୁ ପକ୍ଷରୁ ସୂଚନା ଦିଆଯାଇଛି ।

ଲକ୍‌ଡାଉନ୍‌ ଯୋଗୁ ସେସୁ କର୍ମଚାରୀ ଘରକୁ ଯାଇ ମିଟର ରିଡିଂ ନେଇପାରୁନାହାନ୍ତି । ତେଣୁ ପୁରୁଣା ମାସର ବିଲ୍ ହିସାବରେ ଉପଭୋକ୍ତା ଅନଲାଇନ୍‌ରେ ବିଲ୍ ଡିପୋଜିଟ କରିବାକୁ ସେସୁ ପକ୍ଷରୁ କୁହାଯାଇଛି ।

ଅନଲାଇନ୍‌ରେ ବିଲ୍ ଡିପୋଜିଟ କଲେ ୪ ପ୍ରତିଶତ ଡିସ୍କାଉଣ୍ଟ ଦିଆଯାଉଥିବା ମଧ୍ୟ ସୂଚନା ଦିଆଯାଇଛି । ମେ ମାସରେ ବିଦ୍ୟୁତ୍‌ ବିଲ୍ ଅଧିକ ଆସିବା ନେଇ ଉପଭୋକ୍ତାଙ୍କ ମନରେ ପ୍ରକାଶ ପାଇଥିବା ସଞ୍ଚୟକୁ ସେସୁ ଦୂର କରିଛି। ତଥାପି ଯଦି ମେ ମାସର ବିଲକୁ ନେଇ ଉପଭୋକ୍ତାଙ୍କ ଅସୁବିଧା ଥାଏ ତେବେ ୧୯୧୨ ନମ୍ବରରେ ଅଭିଯୋଗ କରିବା ପାଇଁ କୁହାଯାଇଛି ।



from Odisha Reporter https://ift.tt/2X8Rtj6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages