କମ୍ପାନୀ ଖୋଲୁଖୋଲୁ ୬ ଜଣଙ୍କୁ କରୋନା, ଓପୋ ଫ୍ୟାକ୍ଟ୍ରୀ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

କମ୍ପାନୀ ଖୋଲୁଖୋଲୁ ୬ ଜଣଙ୍କୁ କରୋନା, ଓପୋ ଫ୍ୟାକ୍ଟ୍ରୀ ବନ୍ଦ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ଦିଲ୍ଲୀର ଗ୍ରେଟର ନୋଏଡାରେ ଥିବା ମୋବାଇଲ ପ୍ରସ୍ତୁତକାରୀ କମ୍ପାନୀ ଓପୋର ଫ୍ୟାକ୍ଟ୍ରୀ ମଧ୍ୟ ବନ୍ଦ ରହିଥିଲା। ତେବେ ସରକାରଙ୍କ ଅନୁମତି କ୍ରମେ ମେ’ ୮ରୁ ଏହା କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ଏବେ କମ୍ପାନୀର ୬ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିବାରୁ କମ୍ପାନୀ ମଧ୍ୟରେ ସଂକ୍ରମଣର ଆଶଙ୍କା ବଢ଼ିଛି। ଏହି କାରଣରୁ ଆଜି ଓପୋ ପକ୍ଷଙ୍କୁ ଉକ୍ତ କମ୍ପାନୀର ସମସ୍ତ ପ୍ରକାରର ଅପରେସନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବନ୍ଦ ରହିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଘଟଣା ପରେ ସମସ୍ତ ୬ କର୍ମଚାରୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଇଛି। ସେହିପରି ସେମାନେ କାହା ସହ ମିଶିଥିଲେ, ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏଯାଏ କମ୍ପାନୀର ପ୍ରାୟ ୩ ହଜାର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିବା ଜଣାପଡ଼ିଛି। ଏଥିସହ ପୂରା କମ୍ପାନୀକୁ ସାନିଟାଇଜ କରାଯାଇଛି।



from Odisha Reporter https://ift.tt/3fToIOR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages