ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୮ଟି ନୂଆ କରୋନା ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ କନ୍ଧମାଳ ଜିଲ୍ଲାର ଅଛନ୍ତି। ଫଳରେ କନ୍ଧମାଳ ଜିଲ୍ଲା ଛୁଇଁଛି କରୋନା। ଏହା ସହିତ ରାଜ୍ୟର ୨୩ଟି ଜିଲ୍ଲାରେ ପହଞ୍ଚି କରୋନା।
କନ୍ଧମାଳର ଏହି ଦୁଇ ଆକ୍ରାନ୍ତ ତାମିଲନାଡୁରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।
ସେହିପରି ଏହି ୪୮ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୧୫ ଜଣ ରହିଛନ୍ତି। ଏହି ୧୫ଟି ନୂଆ କେସ୍ ସହିତ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୨ ଜଣଙ୍କ ମୃତ୍ୟୁ ଘଟିଛି।
୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁରତରୁ ଓ ଜଣେ ବେଙ୍ଗାଲୁରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୮୭୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨୨୦ ଜଣ ସୁସ୍ଥ ହୋଇଛନ୍ତି ଓ ୪ ଜଣଙ୍କ ମୃତ୍ୟୁ ଘଟିଛି। ବାକି ୬୫୨ ଜଣଙ୍କର ଚିକିତ୍ସା ଚାଲିଛି।
from Odisha Reporter https://ift.tt/3dWUokA
No comments:
Post a Comment