ଓଡ଼ିଶାରେ ‘ଅମ୍ଫାନ’ ପ୍ରଭାବ; ୧୧୦ରୁ ୧୩୫ କି.ମି ବେଗରେ ବହିବ ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ଓଡ଼ିଶାରେ ‘ଅମ୍ଫାନ’ ପ୍ରଭାବ; ୧୧୦ରୁ ୧୩୫ କି.ମି ବେଗରେ ବହିବ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୀଷଣ ରୂପ ଧାରଣ କରି ସାରିଥିବା ବାତ୍ୟା ‘ଅମ୍ଫାନ’ ଆଜି ସନ୍ଧ୍ୟା ସୁଦ୍ଧା ସୁପର-ସାଇକ୍ଲୋନ୍‌ରେ ପରିଣତ ହୋଇପାରେ । ଏପରି ହେଲେ ୨୨୦ରୁ ୨୬୫ କି.ମି ବେଗରେ ପବନ ବହିବାର ସମ୍ଭାବନା ଥିବା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ବାତ୍ୟା ‘ଅମ୍ଫାନ’ର ପ୍ରଭାବରେ ଉତ୍ତର ଓଡ଼ିଶା ଉପକୂଳ ଜିଲ୍ଲାରେ ଆଜି ସନ୍ଧ୍ୟାରୁ ଏହାର ପ୍ରଭାବ ଦେଖିବାକୁ ମିଳିବ। ଫଳରେ ପ୍ରବଳ ବେଗରେ ପବନ ସହ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ପରଠାରୁ ଦକ୍ଷିଣ ଓଡ଼ିଶା ଉପକୂଳ ଜିଲ୍ଲାଗୁଡିକରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଆସନ୍ତାକାଲି ସକାଳ ପରଠାରୁ ପବନର ବେଗ ବୃଦ୍ଧି ପାଇପାରେ । ତେଣୁ ଓଡ଼ିଶା ପାଇଁ ଯାହା ପୂର୍ବରୁ ସତର୍କତା ଜାରି କରାଯାଇଥିଲା ତାହାକୁ ବଳବତ୍ତର ରଖିଛି ପାଣିପାଗ ବିଭାଗ ।

ଏହାବ୍ୟତୀତୀ, ଓଡ଼ିଶାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ  ହେବା ସମ୍ଭାବନା ରହିଛି । ବାତ୍ୟା ‘ଅମ୍ଫାନ’ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୩୫ କିଲୋମିଟର ମଧ୍ୟରେ ରହିପାରେ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।



from Odisha Reporter https://ift.tt/2Zcg7kb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages