କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ): ଆସନ୍ତାକାଲି ପାଳନ ହେବ ଇଦ୍। ଶନିବାର ଚାନ୍ଦ ଦେଖା ନଯିବାରୁ ରବିବାର ଇଦ୍ ପାଳନ ହେବ ନାହିଁ ବୋଲି ଜାମା ମସଜିଦ୍ ସାହି ଇମାମ୍ ସୟଦ୍ ଅହମ୍ମଦ୍ ବୁଖାରୀ ଘୋଷଣା କରିଛନ୍ତି। ସେହିଭଳି କଟକସ୍ଥିତ ଚାନ୍ଦ କମିଟି ତଥା ଅଞ୍ଜୁମାନ୍ ଇସଲାମିଆ ଆଲହେ ସୁନତ ଓ ଜମାତ ମଧ୍ୟ ସମାନ ଘୋଷଣା କରିଛି। ଆଜି ନୁହେଁ ବରଂ ଆସନ୍ତାକାଲି ରାଜ୍ୟରେ ପାଳନ ହେବ ଇଦ୍।
ଏଥର ଇଦ୍ରେ ସମୂହ ନମାଜ ପାଠ ହେବନାହିଁ ଏବଂ କୋଭିଡ୍ ଗାଇଡଲାଇନର କଡ଼ାକଡ଼ି ପାଳନ ହେବ ବୋଲି କୁହାଯାଇଛି। କୌଣସି ମସଜିଦରେ ସମୂହ ନମାଜ ପାଠ ପାଇଁ ସରକାର ଅନୁମତି ଦେଇ ନଥିବାରୁ ମସଜିଦକୁ ନଆସିବା ପାଇଁ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ କଟକ ଡିସିପି ଅପିଲ୍ କରିଛନ୍ତି। ସମସ୍ତ ମସଜିଦ୍ରେ କେବଳ ୫ଜଣ ମୌଲବିଙ୍କୁ ନମାଜ ପାଠ କରିବା ପାଇଁ ଅନୁମତି ଦିଆଯାଇଥିବାବେଳେ ବିଭିନ୍ନ ମସଜିଦର କର୍ମକର୍ତ୍ତାଙ୍କୁ ନେଇ ଏ ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଛି।
from Odisha Reporter https://ift.tt/3ekn0EF
No comments:
Post a Comment