କରୋନା ଲଢ଼େଇରେ ପେଟର ରହିଛି ମୁଖ୍ୟ ଭୂମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 1, 2020

କରୋନା ଲଢ଼େଇରେ ପେଟର ରହିଛି ମୁଖ୍ୟ ଭୂମିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଯୋଗୁ ସାରା ଦୁନିଆ ଚିନ୍ତିତ। ହେଲେ ଭାରତ ଅନ୍ୟ ଦେଶଗୁଡ଼ିକ ତୁଳନାରେ ସେତିକି ବିପଜ୍ଜନକ ସ୍ଥିତିରେ ପହଞ୍ଚିନାହିଁ। ତେବେ ଏହା ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ରହିଛି। ଭାରତୀୟ ଖାଦ୍ୟପେୟ ତଥା ସଂସ୍କାର ଯୋଗୁ କରୋନା ଆମକୁ ବିଚଳିତ କରିଛି ସତ, ହେଲେ ଆମ ମୂଳଦୁଆକୁ ଭାଙ୍ଗିପାରି ନାହିଁ। ଏକ ବିସ୍ତୃତ ଅଧ୍ୟୟନରୁ ସାରା ଦୁନିଆରେ ଏହା ସାବ୍ୟସ୍ତ ହୋଇସାରିଛି।

୨୦୧୫ରୁ ୨୦୨୦ ମଧ୍ୟରେ ୩୩ଟି ଦେଶର ମୋଟ ୭୬ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଅନ୍ୟ ଦେଶଗୁ଼ଡ଼ିକ ତୁଳନାରେ ଭାରତରେ ପେଟ ରୋଗୀଙ୍କ ସଂଖ୍ୟା କମ୍। ଦୁନିଆର ତମାମ ଚିକିତ୍ସାବିତ୍ ଏହା ସ୍ୱୀକାର କରିଛନ୍ତି ଯେ, ଭାରତୀୟମାନଙ୍କ ପେଟ ସୁସ୍ଥ ଅଟେ। ଆଉ ଏହି କାରଣରୁ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ପ୍ରକୋପ ବି ଅପେକ୍ଷାକୃତ କମ୍ ରହିଛି।

ରୋମ ଫାଉଣ୍ଡେସନ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ସାରା ଦୁନିଆରେ ସର୍ବାଧିକ ଦେଖାଯାଉଥିବା ପେଟ ସମ୍ବନ୍ଧୀୟ ସମସ୍ୟା ଇରିଟେବଲ ବାଉଲ୍ ସିଣ୍ଡ୍ରୋମ୍(ଆଇବିଏସ୍) ଏବଂ ପେଟର ପୁରୁଣା ରୋଗ (functional gastrointestinal disorder)ର ହାର ଉପରେ ସର୍ଭେ କରିଛି। ଡା. ଅମି ସ୍ପର୍ବରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସର୍ଭେର ରିପୋର୍ଟ ନିକଟରେ ‘ଇଣ୍ଟରନ୍ୟାସନାଲ ଜର୍ନାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜୀ’ ରେ ପ୍ରକାଶ ପାଇଛି।

ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜୀ ବିଭାଗ ପ୍ରଫେସର ଉଦୟ ଘୋଷାଲ ଏହି ସର୍ଭେରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ସେ କହିଛନ୍ତି, ୧୦୦ ଜଣ କରୋନା ଆକ୍ରାନ୍ତଙ୍କ ମଳ ପରୀକ୍ଷା କଲେ ୫୦ ଜଣଙ୍କ ମଳରେ ଭୂତାଣୁ ମିଳିବ। ଏଣୁ ପେଟ ସୁସ୍ଥ ଥିଲେ କରୋନା ଭୂତାଣୁ ସହ ଶରୀର ସହଜରେ ଲଢ଼େଇ କରିପାରିବ।

ଡା. ଘୋଷାସ କହିଛନ୍ତି, ସନ୍ତୁଳିତ ଓ ଶାକାହାର ଆମକୁ ପେଟ ସମ୍ବନ୍ଧୀୟ ସମସ୍ୟାରୁ ବଞ୍ଚାଇଥାଏ। ସାମାଜିକ-ସାଂସ୍କୃତିକ ଧାରାରେ ଅନେକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରା ରହିଛି। ଏହା ଦ୍ୱାରା ମନୋବଳ ବଢ଼ିଥାଏ, ଯାହାର ସିଧା ସଳଖ ପ୍ରଭାବ ଶରୀରର ସୁସ୍ଥତା ଉପରେ ପଡ଼ିଥାଏ ବୋଲି ସେ କହିଛନ୍ତି।

ତେବେ ଏହି ସବୁ ଦେଶରେ ପେଟ ରୋଗର ସ୍ଥିତି (ପ୍ରତିଶତରେ) ହେଉଛି-

ଆଇବିଏସ୍ ବା ଇରିଟେବଲ ବାଉଲ ସିଣ୍ଡ୍ରୋମ୍

  • ଭାରତ- ୦ରୁ ୨.୯
  • ଇଂଲଣ୍ଡ-୩ରୁ ୫
  • ଇଟାଲୀ- ୩ରୁ ୫
  • ବାଙ୍ଗଲାଦେଶ- ୩ରୁ ୫
  • ରୁଷ୍- ୫ରୁ ଅଧିକ
  • ଆମେରିକା- ୫ରୁ ଅଧିକ

ଫଙ୍କସନାଲ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଡିସଅର୍ଡର (functional gastrointestinal disorder)

  • ଭାରତ- ୦-୯
  • ଆମେରିକା-୪୦
  • ବାଙ୍ଗଲାଦେଶ-୪୦
  • ରୁଷ-୪୦
  • ଇଟାଲୀ-୪୦
  • ଇଂଲଣ୍ଡ-୩୦-୩୯.୫

ପେଟର ତଳ ଭାଗରେ ହେଉଥିବା ରୋଗ ହେଉଛି ଆଇବିଏସ୍। ଏନେଇ ପେଟରେ ଯନ୍ତ୍ରଣା, ପେଟ୍ ଫୁଲିଯିବା, ବ୍ୟସ୍ତ ଲାଗିବା, ଚିନ୍ତିତ ରହିବା, କେବେ କେବେ ପତଳା ଝାଡ଼ା ପୁଣି କେବେ କୋଷ୍ଟ କାଠିନ୍ୟ ସମସ୍ୟାମାନ ଦେଖାଦେଇଥାଏ। ଅନ୍ୟପଟେ ଫଙ୍କସନାଲ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଡିସଅର୍ଡର ହେଲେ ପେଟରେ ଯନ୍ତ୍ରଣା ଅନୁଭବ କରିବା, ହଜମ ନ ହେବା ତଥା ଗ୍ୟାସ୍ ଓ ଅମ୍ଳ ସମସ୍ୟା ଲାଗି ରହିଥାଏ।

ଡା. ଘୋଷାଲଙ୍କ ଅନୁଯାୟୀ, କରୋନା ଭୂତାଣୁର ପେଟ ସହ ସିଧା ସଳଖ ସମ୍ପର୍କ ରହିଛି। ୧୦୦ ସଂକ୍ରମିତଙ୍କ ମଧ୍ୟରୁ ୨୦ରୁ ୩୦ ରୋଗୀଙ୍କ ପେଟ ଜନିତ ସମସ୍ୟା ରହିଥିବା ଦେଖିବାକୁ ମିଳିଥାଏ।

 



from Odisha Reporter https://ift.tt/3feyMlh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages