ପ୍ରବାସୀ ଶ୍ରମିକଙ୍କୁ ମିଳୁନି ଖାଦ୍ୟ, ପଥର ମାଡ଼ କଲେ ଶହଶହ ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 14, 2020

ପ୍ରବାସୀ ଶ୍ରମିକଙ୍କୁ ମିଳୁନି ଖାଦ୍ୟ, ପଥର ମାଡ଼ କଲେ ଶହଶହ ଲୋକ

ଭୋପାଲ: ମଧ୍ୟପ୍ରଦେଶ-ମହାରାଷ୍ଟ୍ର ସୀମା ସେନ୍ଧୱାରେ ଫସି ରହିଥିବା ଶହଶହ ପ୍ରବାସୀ ଶ୍ରମିକଙ୍କ ଧୈର୍ଯ୍ୟର ସୀମା ଭାଙ୍ଗିବାକୁ ବସିଲାଣି। ସେମାନେ ଏଠାରେ ଦୀର୍ଘ ଦିନ ହେଲା ଫସି ରହିଥିଲେ ହେଁ ସେମାନଙ୍କୁ ପେଟକୁ ଦାନା ଗଣ୍ଡେ ମିଳୁନାହିଁ। ନମ୍ର ଭାବେ ଖାଦ୍ୟ ମାଗି ବିଫଳ ହୋଇଥିବା ଏହି ଶହଶହ ପ୍ରବାସୀ ଶ୍ରମିକମାନେ ଏବେ ହିଂସ୍ର ହୋଇ ଉଠିଛନ୍ତି।

ସୀମାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଦାବିରେ ସେମାନେ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌ କର୍ମଚାରୀଙ୍କ ଉପରକୁ ଟେକା ପଥର ମାଡ଼ କରିବା ଆରମ୍ଭ କରିଦେଇଛନ୍ତି। ଏଥିସହ ରାସ୍ତା ଅବରୋଧ କରି ବସି ରହିଛନ୍ତି।

ମଧ୍ୟପ୍ରଦେଶର ଏହି ଶତାଧିକ ଶ୍ରମିକ ଲକଡାଉନ ଯୋଗୁ ମହାରାଷ୍ଟ୍ରରେ ଫସି ରହିଥିଲେ। ତେବେ ମହାରାଷ୍ଟ୍ର ସରକାର ସେମାନଙ୍କୁ ୧୩୫ଟି ବସରେ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଆସିବା ପାଇଁ ବ୍ୟବସ୍ଥା କରିଥିଲେ। ହେଲେ ସୀମାନ୍ତ ଅଞ୍ଚଳରୁ ମଧ୍ୟପ୍ରଦେଶ ସରକାର ଏହି ଶ୍ରମିକମାନଙ୍କୁ ନେବା ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି କିମ୍ବା ସେମାନଙ୍କୁ ଖାଇବାକୁ ମଧ୍ୟ ଦେଉ ନଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରୁ ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଶ୍ରମିକ ଏକାଠି ହୋଇ ଖାଦ୍ୟ ସାମଗ୍ରୀ ମାଗିଥିଲେ। ଏହାର କିଛି ସମୟ ପରେ ଘଟଣାସ୍ଥଳରେ ମୁତୟନ ହୋଇଥିବା ପୁଲିସ୍‌ ଉପରକୁ ସେମାନେ ପଥର ମାଡ଼ କରିଥିଲେ।

ପୁଣେରେ କାର୍ଯ୍ୟ କରୁଥିବା ମଧ୍ୟପ୍ରଦେଶ ଶୈଲେଶ ତ୍ରିପାଠୀ କହିଛନ୍ତି, “ମାସକର ଛୁଆ ଧରି ଲୋକମାନେ ମହାରାଷ୍ଟ୍ରରୁ ଏଯାଏ ଆସିଛନ୍ତି। ମହାରାଷ୍ଟ୍ର ସରକାର ଆମକୁ ତାଙ୍କ ରାଜ୍ୟରୁ ଏପର୍ଯ୍ୟନ୍ତ ଆଣି ଛାଡ଼ିଦେଲେ। କିନ୍ତୁ ମଧ୍ୟପ୍ରଦେଶ ସରକାର ଆମକୁ କୌଣସି ପ୍ରକାରର ସାହାଯ୍ୟ କରୁନାହାନ୍ତି।

ଦୁଇ ଦିନ ହେଲାଣି ଆମେ ଏଠାରେ ଫସି ରହିଛୁ। ଆମକୁ ପାଣି କି ଖାଦ୍ୟ କିଛି ବି ମିଳୁନାହିଁ। ଆମ ଦୁଃଖ କାହାକୁ ଦେଖାଯାଉ ନାହିଁ।” ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ପୁଲିସ୍‌ ଶ୍ରମିକମାନଙ୍କୁ ବୁଝାସୁଝା କରିଛି। ଅନ୍ୟପକ୍ଷରେ ବର୍ତ୍ତମାନ ଠାରୁ ଶ୍ରମିକମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି।



from Odisha Reporter https://ift.tt/2ZbnnNv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages