ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍ଡାଉନ୍ ଯୋଗୁ ହଇରାଣ ହେଉଥିବାରୁ ଗୁଜରାଟର ସୁରତରେ ରହୁଥିବା ଗଞ୍ଜାମର ଅନେକ ଓଡ଼ିଆ ଲୋକ ବସ୍ ଯୋଗେ ସେଠାରୁ ନିଜ ନିଜ ଗାଁକୁ ଆସିବା ଆରମ୍ଭ କରିଛନ୍ତି। ତେବେ ଗୋଟିଏ ଘାଟିରେ ଦୁଇ ଦିନରେ ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ରାଜ୍ୟ ସରକାର ରୁଟ୍ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବସ୍ଗୁଡ଼ିକ ଆଉ କଳିଙ୍ଗା ଘାଟି ଦେଇ ଯିବେ ନାହିଁ। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ଏ ସଂପର୍କରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଘାଟି ରାସ୍ତା ହୋଇଥିବାରୁ ଦୁର୍ଘଟଣା ଘଟିଛି। ସୁରତରୁ ଆସୁଥିବା ଡ୍ରାଇଭରମାନେ ଏହି ଘାଟି ସହିତ ଅଭ୍ୟସ୍ତ ନାହାନ୍ତି। ତେଣୁ ସେଠାରୁ ଆସୁଥିବା ବସ୍ ଗୁଡ଼ିକର ରୁଟ୍ ବଦଳାଯିବ। ଏଣିକି ସେଠାରୁ ଆସୁଥିବା ବସ୍ ଗୁଡ଼ିକ ବୌଦ୍ଧ-ଚାରିଛକ-ମାଧପୁର-ନୟାଗଡ଼-ଓଡ଼ଗାଁ ଦେଇ ଗଞ୍ଜାମ ଯିବ।
ଗତକାଲି ସନ୍ଧ୍ୟାରେ ଓ ଆଜି ସକାଳେ କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ସୁରତରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଦୁଇଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ବସ୍ଟି ପାହାଡ଼ରେ ପିଟି ହୋଇଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ବସ୍ରେ ୬୦ ଜଣ ଯାତ୍ରୀ ଥିଲେ। ସେହିପରି ଆଜି ସକାଳେ ୫୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଅଭିମୁଖେ ଯାଉଥିବା ଅନ୍ୟ ଏକ ବସ୍ ଭାରସାମ୍ୟ ହରାଇ ଘାଟି ରାସ୍ତାର ଗାର୍ଡୱାଲ୍ରେ ପିଟି ହୋଇଯାଇଥିଲା। ଫଳରେ ଡ୍ରାଇଭର ସମେତ ୩ ଜଣ ଆହତ ହୋଇଛନ୍ତି।
from Odisha Reporter https://ift.tt/2SsBLwk
No comments:
Post a Comment