ତିନି ଥର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ ମହମ୍ମଦ ସାମି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 2, 2020

ତିନି ଥର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ ମହମ୍ମଦ ସାମି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମି ପାରିବାରିକ ଅସନ୍ତୋଷ କାରଣରୁ ତିନି ଥର ଆତ୍ମହତ୍ୟା କରିବେ ବୋଲି ପାଇଁ ଚିନ୍ତା କରିଥିଲେ। ତେବେ ପରିବାର ଲୋକଙ୍କ ସମର୍ଥନ ଥିବାରୁ ସେ ଏଭଳି କାମ କରିବାକୁ ପରେ ଚିନ୍ତା କରିନଥିଲେ। ଲକଡାଉନ୍ ବେଳେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ଇନଷ୍ଟାଗ୍ରାମରେ ଚାଟିଂ କରିବା ବେଳେ ସାମି ନିଜ ବ୍ୟକ୍ତିଗତ କଥା ଏଭଳି କହିଥିବା ସୂଚନା ରହିଛି।

“ଯଦି ମୋ ପରିବାର ମୋତେ ସମର୍ଥନ କରିନଥାନ୍ତା ତା’ହେଲେ ମୁଁ କ୍ରିକେଟ୍ ଆଉ ଖେଳିପାରିନଥାନ୍ତି। ପାରିବାରିକ ଅଶାନ୍ତି ପାଇଁ ମାନସିକ ଚାପରେ ରହୁଥିଲି। ଏହି ସମୟରେ ଘରର ୨୪ ମହଲାରୁ ତିନିଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ମାନସିକ ଚାପରେ ରହିଥିବାରୁ ମୁଁ କ୍ରିକେଟ୍ ବାବଦରେ କେବେ ଚିନ୍ତା କରୁନଥିଲି। ପରିବାର ଲୋକେ ମଧ୍ୟ ଭାବିଥିଲେ ଯେ ମୁଁ ୨୪ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିପାରେ। ଏହାପରେ ପରିବାର ଲୋକେ ମୋତେ ବୁଝାସୁଝା କରିଥିଲେ। ଏମିତିକି ୨-୩ ଜଣ ସାଙ୍ଗ ମୋ ପାଖରେ ୨୪ ଘଣ୍ଟା ରହୁଥିଲେ। ଏହାପରେ ପଡିଆରେ ଅଭ୍ୟାସ କରିବା ଆରମ୍ଭ କରିଥିଲି” ବୋଲି ଶନିବାର ରୋହିତଙ୍କ ସହିତ ଚାଟିଂ କରିବା ବେଳେ ସାମି ଏଭଳି କହିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ୨୦୧୮ରେ ମହମ୍ମଦ ସାମିଙ୍କ ସ୍ତ୍ରୀ ହସିନ ଜହାଁ ତାଙ୍କ ବିରୋଧରେ ଘରୋଇ ହିଂସା ସହିତ ଅନ୍ୟାନ୍ୟ ଅଭିଯୋଗ ଆଣିଥିଲେ। ଏମିତିକି ସାମିଙ୍କ ସାନ ଭାଇଙ୍କ ବିରୋଧରେ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ ହସିନ। ଏହାପରେ ଆଇପିଏଲ ମ୍ୟାଚକୁ ୧୦-୧୨ ଦିନ ଥିବା ବେଳେ ସାମି ଦୁର୍ଘଟଣାର ଶିକାର ହୋଇଥିଲେ।

ସାମି କହିଛନ୍ତି, ପରିବାର ଲୋକେ ହିଁ ତାଙ୍କୁ ବହୁତ ବୁଝାସୁଝା କରିଥିଲେ। ପ୍ରତ୍ୟେକ ସମସ୍ୟାର ସମାଧାନ ରହିଛି ବୋଲି ପରିବାର ଲୋକେ ବୁଝାଇଥିଲେ। ଏହାପରେ ତାଙ୍କ ମାନସିକ ସ୍ଥିତି ବଦଳିଥିବା ସେ ରୋହିତଙ୍କୁ କହିଥିବା ସୂଚନା ରହିଛି।



from Odisha Reporter https://ift.tt/2L6OS2x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages