ଦେଶରେ କରୋନା ସଂକଟ: ୨୪ ଘଣ୍ଟାରେ ୬୭୬୭ ନୂଆ ରୋଗୀ, ୧୪୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 24, 2020

ଦେଶରେ କରୋନା ସଂକଟ: ୨୪ ଘଣ୍ଟାରେ ୬୭୬୭ ନୂଆ ରୋଗୀ, ୧୪୭ ମୃତ

ନୂଆଦିଲ୍ଲୀ: ସାରା ଦୁନିଆରେ ଏବଂ ଭାରତରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୧.୩୧ ଲକ୍ଷ ପାର କରିଛି। ଏପଟେ ଲକଡାଉନ ଏବେ ସୁଦ୍ଧା ଜାରି ରହିଛି। ହେଲେ କେବଳ କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ସବୁ ଅଞ୍ଚଳ ଲକଡାଉନ ନିୟମକୁ କୋହଳ କରିଦିଆଯାଇଛି। ଏପଟେ ଦୀର୍ଘ ଦିନର ଲକଡାଉନ ଯୋଗୁ କରୋନା ସଙ୍କଟ କମିବା ବଦଳରେ ଆର୍ଥିକ ସଙ୍କଟ ଦେଖାଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ମୋଟ ସଂଖ୍ୟା ୧,୩୧,୮୬୮ରେ ପହଞ୍ଚିଛି। ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ୩୮୬୭ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣ ନେଇ ୬,୭୬୭ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୧୪୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ୨୪ ଘଣ୍ଟାରେ ସାମ୍ନାକୁ ଆସିଥିବା ବର୍ତ୍ତମାନ ସୁଦ୍ଧା ସର୍ବାଧିକ ମାମଲା ବୋଲି ଜଣାପଡ଼ିଛି। ଅନ୍ୟପଟେ ୫୪, ୪୪୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ସହ ସଂକ୍ରମଣରୁ ରିକୋଭରି ରେଟ୍ ବା ସୁସ୍ଥତା ହାର ୪୧.୨୮ ପ୍ରତିଶତରେ ପହଞ୍ଚିଛି।

୧୮୦ରୁ ଊର୍ଦ୍ଧ୍ୱ ଦେଶରେ କରୋନା ଭୂତାଣୁ ନିଜ କାୟା ବିସ୍ତାର କରିବାରେ ଲାଗିଛି। ସାରା ଦୁନିଆର ୩.୩୮ ଲକ୍ଷରୁ ଅଧିକ ଲୋକଙ୍କ ଏହି ସଂକ୍ରମଣରେ ମୃତ୍ୟୁ ଘଟିଛି। ୫୨ ଲକ୍ଷରୁ ଅଧିକ ଲୋକ କୋଭିଡ୍-୧୯ରେ ଆକ୍ରାନ୍ତ ଥିବା ବେଳେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେବେ କରୋନା ସଂକ୍ରମଣ ଯୋଗୁ ସର୍ବାଧିକ ଆମେରିକା ପ୍ରଭାବିତ ହୋଇଛି।



from Odisha Reporter https://ift.tt/36oHxF4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages