ଭଞ୍ଜନଗର (ରାକେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ିର ୯ ନମ୍ବର ଘାଟିରେ ଫସିଗଲା ପ୍ରବାସୀ ଓଡ଼ିଆଙ୍କ ବସ୍। ରାତି ତମାମ ବସ୍ଟି ଘାଟିରେ ଫସି ରହିଥିବା ବେଳେ ଆଜି ସକାଳେ ଏହାକୁ ସେଠାରୁ ଆଗକୁ ଅଣାଯାଇଥିଲା।
ବସ୍ଟି ତାମିଲନାଡ଼ୁ କୋଏମ୍ବାଟୁରରୁ ୩୨ ଜଣ ପ୍ରବାସୀ ଓଡ଼ିଆଙ୍କୁ ଧରି ବଲାଙ୍ଗିର ଅଭିମୁଖେ ଯାଉଥିଲା। ହେଲେ ବସ୍ଟି ଅଧିକ ଲମ୍ବା ହୋଇଥିବାରୁ ଘାଟିର ବୁଲାଣି ରାସ୍ତାରେ ବୁଲି ନପାରି ଫସି ଯାଇଥିଲା।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋରଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ରାତିରେ ବସ୍ଟିକୁ ସେଠାରୁ ଆଗକୁ ଅଣାଯାଇ ପାରି ନଥିଲା। ଫଳରେ ରାତି ତମାମ ପ୍ରବାସୀମାନେ ସେଠାରେ ରହିଥିଲେ। ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପ୍ରବାସୀଙ୍କୁ ବିସ୍କୁଟ ଓ ପାଣି ଦେଇଥିଲେ। ଆଜି ସକାଳେ ଜେସିବି ମେସିନ ସାହାଯ୍ୟରେ ଫସି ରହିଥିବା ବସ୍ଟିକୁ ଉଦ୍ଧାର କରାଯାଇଥିଲା। ଏହାପରେ ଦିନ ପ୍ରାୟ ୧୦ଟା ବେଳେ ଉକ୍ତ ବସ୍ରେ ପ୍ରବାସୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲେ।
from Odisha Reporter https://ift.tt/2TvToMf
No comments:
Post a Comment