ଆହତ ବାପାଙ୍କୁ ୧୨ଶହ କିମି ସାଇକେଲରେ ବସାଇ ଆଣିଥିବା ଝିଅକୁ ଇଭାଙ୍କା ଟ୍ରମ୍ପଙ୍କ ପ୍ରଶଂସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ଆହତ ବାପାଙ୍କୁ ୧୨ଶହ କିମି ସାଇକେଲରେ ବସାଇ ଆଣିଥିବା ଝିଅକୁ ଇଭାଙ୍କା ଟ୍ରମ୍ପଙ୍କ ପ୍ରଶଂସା

ୱାଶିଂଟନ: କରୋନା ଲକଡାଉନ ମଧ୍ୟରେ ଦୀର୍ଘ ୧୨ ଶହ କିମି ରାସ୍ତାକୁ ଆହତ ବାପାଙ୍କୁ ସାଇକେଲରେ ବସାଇ ନିଜ ଘରକୁ ଆଣିଥିବା ଜଣେ ୧୫ ବର୍ଷୀୟୀ ଝିଅର ସାହସକୁ ନେ ଚାରିଆଡ଼େ ଚର୍ଚ୍ଚା। ୧୫ ବର୍ଷୀୟ ଜ୍ୟୋତି କୁମାରୀ ଦୀର୍ଘ ୭ ଦିନ କାଳ ସାଇକେଲରେ ବସାଇ ତାଙ୍କ ବାପାଙ୍କୁ ହରିଆଣାରୁ ବିହାର ଆଣିଥିଲେ।

ଏବେ ଝିଅଟିର ଏହି କାର୍ଯ୍ୟକୁ ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ପ୍ରଶଂସା କରିଛନ୍ତି। ଏଥିସହ ସାଇକ୍ଲିଂ ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ଜ୍ୟୋତି କୁମାରୀଙ୍କୁ ଜାତୀୟ ଟ୍ରେନିଂ କ୍ୟାମ୍ପରେ ଯୋଗଦେବାକୁ ଡାକରା ମିଳିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ ଟ୍ରାଏଲ ଦେବାକୁ କୁହାଯାଇଛି।  ଯଦି ସେ ଟ୍ରାଏଲରେ ଉତ୍ତୀର୍ଣ୍ଣ ହୁଅନ୍ତ ତେବେ ନୂଆଦିଲ୍ଲୀରେ ଥିବା ଜାତୀୟ ସାଇକ୍ଲିଂ ଏକାଡେମୀରେ ତାଲିମ ନେବେ।


ଜ୍ୟୋତିଙ୍କ ଦିଲ୍ଲୀ ଗସ୍ତ ନେଇ ସମସ୍ତ ଖର୍ଚ୍ଚ ସାଇକ୍ଲିଂ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଦିଆଯିବ। ସାଇକ୍ଲିଂ ଫେଡେରେସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜ୍ୟୋତି ଗ୍ରହଣ କରିବା ସହ ଲକଡାଉନ ପ୍ରତ୍ୟାହାର ହେବାର ପରେ ସେ ଦିଳ୍ଲୀ ଯିବେ ବୋଲି କହିଛନ୍ତି।

ସେହିପରି ଜ୍ୟୋତି କୁମାରୀଙ୍କୁ ଇଭାଙ୍କା ଟ୍ରମ୍ପ ପ୍ରଶଂସା କରି କହିଛନ୍ତି,  “୧୫ ବର୍ଷୀୟ ଜ୍ୟୋତି କୁମାରୀ ତାଙ୍କ ଆହତ ବାପାଙ୍କୁ ସାଇକେଲ ପଛରେ ବସାଇ ଦୀର୍ଘ ୭ ଦିନ କାଳ ଯାତ୍ରା କରି ୧୨ ଶହ କିମିରୁ ଅଧିକ ଦୂରତାର ପଥ ଅତିକ୍ରମ କରିଛନ୍ତି। ଏହି ସୁନ୍ଦର ଇଚ୍ଛାଶକ୍ତି ଓ ଭଲ ପାଇବା ସମଗ୍ର ଭାରତବାସୀ ଓ ସାଇକ୍ଲିଂ ଫେଡରେସନର ଦୃଷ୍ଟି ଆକର୍ଷଣ କରିପାରିଛି। ଏପରି ଭଲ ପାଇବା କେବଳ ଭାରତୀୟମାନେ ହିଁ ଚିନ୍ତା କରିପାରନ୍ତି।

ଜ୍ୟୋତି କୁମାରୀଙ୍କ ବାପା ଗୁରୁଗ୍ରାମରେ ରହି କାମ କରନ୍ତି। ମାର୍ଚ୍ଚ ମାସରେ ବିହାରର ଦରଭଙ୍ଗାରୁ ଜ୍ୟୋତି ସେଠାକୁ ଯାଇଥିଲେ। ଇ-ରିକ୍ସା ଟ୍ରାଇଭର ଭାବେ ସେଠାରେ କାର୍ଯ୍ୟ କରୁଥିବା ଜ୍ୟୋତିଙ୍କ ବାପା ମୋହନ ପାଶୱାନ ଦୁର୍ଘଟଣାର ଶିକାର ହୋଇଥିଲା। ସେ କାମ କରି ନ ପାରିବାରୁ ଘର ଭଡ଼ା ମଧ୍ୟ ଦେଇ ପାରି ନଥିଲେ।

ଫଳରେ ଘର ମାଲିକ ସେମାନଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିଥିଲେ। ଗୋଟିଏ ପଟେ ଲକଡାଉନ ଓ ଅନ୍ୟପଟେ ଆର୍ଥିକ ସଙ୍କଟ। ଜୀବନର ଏହି ଘଡ଼ିଷନ୍ଧି ମୁହୂର୍ତ୍ତରେ ଜ୍ୟୋତି ଏକ ପୁରୁଣା ସାଇକେଲରେ ଆହତ ବାପାଙ୍କୁ ଘରକୁ ଆଣି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରତିଦିନ ଜ୍ୟୋତି ୩୦ରୁ ୪୦ କିମି ସାଇକେଲିଂ କରୁଥିଲେ। ବିହାରରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି।



from Odisha Reporter https://ift.tt/3cXtMji

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages