“କିଛି ସୁବିଧା ମିଳୁନି, ବରଂ ଦୂରକୁ ପଠାଇ ଦେବାର ଧମକ ମିଳୁଛି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

“କିଛି ସୁବିଧା ମିଳୁନି, ବରଂ ଦୂରକୁ ପଠାଇ ଦେବାର ଧମକ ମିଳୁଛି”

ବାସୁଦେବପୁର(କିର୍ତ୍ତି ଦାସ): “ଆମେ ୮ ଦିନ ହେଲା ଏଠାକୁ ଆସିଲୁଣି। ବେଡ ନାହିଁ, ବିଦ୍ୟୁତ୍‌ ନାହିଁ। ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ଶୋଉଛୁ।  ପିଇବା ପାଣି ଟୋପେ ମିଳୁନି। ବାଲଟି, ଫିନାଇଲ କିଛି ଦେଉ ନାହାନ୍ତି। ଶୌଚାଳୟ ବି ସଫା ନାହିଁ । କେହି ଫୋନ୍‌ ଉଠାଉ ନାହାନ୍ତି। ସରପଞ୍ଚଙ୍କ ଗୋଡ଼, ହାତ ଧରିଲେ ବି କିଛି ବୁଝୁ ନାହାନ୍ତି।”

ଏପରି ଅଭିଯୋଗୁ ଆଣିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବିନାୟକପୁର କ୍ୱାରେଣ୍ଟାଇନ୍‌ ସେଣ୍ଟରର ଅନ୍ତେବାସୀ। ସରପଞ୍ଚଙ୍କ ସମେତ କୌଣସି ଅଧିକାରୀ ସେମାନଙ୍କ ଅଭିଯୋଗ ଶୁଣୁ ନ ଥିବା ବେଳେ ଏନେଇ ସୋଶାଲ ମିଡିଆରେ ଭିଡିଓ ଭାଇରାଲ କରି ପ୍ରଶାସନ ନିକଟରେ ଏହାର ସମାଧାନ ନିମନ୍ତେ ଗୁହାରି କରିଛନ୍ତି।

ଏଥିସହ ସେମାନେ କହିଛନ୍ତି,  “ଆମ ସହ ଛୋଟ ଛୁଆ ୨ ଜଣ ଥିବା ବେଳେ ସେମାନଙ୍କୁ ବିସ୍କୁଟ ଗୋଟେ ପ୍ୟାକେଟ୍‌ କି  କ୍ଷୀର ଟୋପେ ଦେଉନାହାନ୍ତି। ଏପରି ସ୍ଥିତିରେ ଆମେ କିପରି ଶାନ୍ତିଶୃଙ୍ଖଳାରେ ରହିବୁ। ଅଭିଯୋଗ କଲେ ଦୂରଦୂରାନ୍ତକୁ ପଠାଇ ଦେବାକୁ ଧମକ ଦେଉଛନ୍ତି। କାହାଦ୍ୱାରା ସମସ୍ୟା ସମାଧାନ ହେବ କହୁ ନାହାନ୍ତି।”

ଆମେ ବାହାର ରାଜ୍ୟରୁ ଆସିଥିବାରୁ ଆମକୁ  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଛାଡ଼ି ଦେଉଛନ୍ତି। ହେଲେ  ସର୍ବନିମ୍ନ ସୁବିଧା ଯୋଗାଇ ଦେଉ ନ ଥିବାରୁ ଆମେ କିପରି ଛୁଆ ପିଲା ଧରି ରହିବୁ ବୋଲି ଅଭିଯୋଗ କରିଛନ୍ତି ପ୍ରବାସୀମାନେ।

ମିଳିଥିବା ସୂଚନା ଅନୁଯାୟୀ,  ବିନାୟକପୁର କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ୭ଜଣ ଅନ୍ତେବାସୀଙ୍କ ସହ ୨ଜଣ ଛୋଟ ପିଲା ରହୁଛନ୍ତି । କିନ୍ତୁ ସେମାନଙ୍କ ପାଇଁ କେନ୍ଦ୍ର ପରିଚାଳକ ଆବଶ୍ୟକ ସଂଖ୍ୟକ ବେଡ୍‌ ସମେତ ଅନ୍ୟ ବ୍ୟବସ୍ଥା କରିନଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରର ନୋଡାଲ ଅଧିକାରୀ । ଗତ ୧୯ ତାରିଖରେ ଏହି କେନ୍ଦ୍ରରେ ଆସି ୭  ଅନ୍ତେବାସୀ ପହଞ୍ଚିଥିଲେ। ସେମାନଙ୍କ ପାଇଁ ୫ଟି ବେଡ୍ ବ୍ୟବସ୍ଥା କରାଯାଇଥିଲା । ଆଉ ୨ଟି ବେଡ୍ ଆବଶ୍ୟକ ଥିଲେ ବି ବାତ୍ୟା ଯୋଗୁଁ ତାହା ଯୋଗାଡ଼ ହୋଇପାରିନଥିଲା। ତେବେ ସେମାନଙ୍କ ଲାଗି ଫୋମ୍ ବିଛଣା ଯୋଗାଇ ଦିଆଯାଇଥିଲା । ଖୁବଶୀଘ୍ର ସେମାନଙ୍କ ଲାଗି ବେଡ୍ ବ୍ୟବସ୍ଥା କରିଦିଆଯିବ ବୋଲି ନୋଡାଲ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2zcLxfX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages