ବାଙ୍କୀ (ସଞ୍ଜୀବ କୁମାର ନାୟକ): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଠାରେ ଏକ ବାର ଚକିଆ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ଓ ହେଲ୍ପର୍ ଗୁରୁତର ଆହତ ହୋଇଛନ୍ତି।
ଏହି ଟ୍ରକ୍ରେ ରେଲୱେରେ ବ୍ୟବହାର ହେଉଥିବା ସ୍ଲାବ୍ ବୋଝେଇ ହୋଇଥିଲା। ଟ୍ରକ୍ଟି ବାଙ୍କୀରୁ କଟକ ଅଭିମୁଖେ ଯାଉଥିବା ବେଳେ ଆଜି ଭୋର୍ ପ୍ରାୟ ୪ଟା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କରବର ଠାରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା ଓ ଜଣଙ୍କ ଘରେ ପିଟି ହୋଇଯାଇଥିଲା। ସେତେବେଳେ ଘର ଲୋକେ ଶୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କାହାର କିଛି ହୋଇନାହିଁ। ଟ୍ରକ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ହେଲ୍ପର୍ଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ବାଙ୍କୀ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପୁଲିସ୍ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲା ବୋଲି ଅଭିଯୋଗ ହୋଇଛି। ଏହି ଘଟଣାପରେ ସେଠାରେ ଚାପା ଉତ୍ତେଜନା ଦେଖାଯାଇଥିଲା।
from Odisha Reporter https://ift.tt/2LV8OFK
No comments:
Post a Comment