କେନ୍ଦ୍ରପଡ଼ା (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଅମ୍ଫାନ’ ବେଳେ ଦେବଦୂତ ସାଜିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ। ରାସ୍ତାରୁ ଗଛ ସଫା କରି ଜଣେ ଗର୍ଭବତୀଙ୍କୁ ସେମାନେ ଡାକ୍ତରଖାନାରେ ପହଞ୍ଚାଇଛନ୍ତି। ପୁଣି ଗୋଟିଏ କି ଦୁଇଟି ଗଛ ନୁହେଁ, ୨୨ଟି ଗଛ ହଟାଇ ସେମାନେ ଉକ୍ତ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।
ମିଳିଥିବା ସୂଚନା ଅନୁସାରେ, ମହାକାଳପଡ଼ାର ଜହ୍ନରା ଗାଁରେ ଜାନକୀ ସେଠୀଙ୍କର ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା। ଏଣୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତାରେ ଗଛ ଉପୁଡି ପଡ଼ିଥିବା ଯୋଗୁ ଆମ୍ବୁଲାନ୍ସ ଆସିବାରେ ଅସୁବିଧା ହୋଇଥିଲା। ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ଘଟଣାସ୍ଥଳକୁ ଯାଇ ୨୨ଟି ଗଛକୁ ରାସ୍ତାରୁ ସଫା କରିଥିଲେ ଓ ଜାନକୀଙ୍କୁ ଡାକ୍ତରଖାନା ନେଇଥିଲେ। ତେବେ ବାଟରେ ଅଗ୍ନିଶମ ବାହିନୀ ଗାଡ଼ିରେ ହିଁ ଜାନକୀ ପ୍ରସବ କରିଥିଲେ। ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହାପରେ ପ୍ରସୂତି ଓ ନବଜାତ ଶିଶୁ କନ୍ୟାକୁ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ଗାଡ଼ିରେ ମହାକାଳପଡା ଡାକ୍ତରଖାନାରେ ପହଞ୍ଚାଇଥିଲେ।।
from Odisha Reporter https://ift.tt/2Zk4NCI
No comments:
Post a Comment