ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଲକ୍ଡାଉନ୍ ଯୋଗୁ ରାଜସ୍ଥାନ କୋଟାରେ ଫସି ରହିଥିବା ବଲାଙ୍ଗିର ଜିଲ୍ଲାର ୫୦ ଜଣ ଛାତ୍ରଛାତ୍ରୀ ଗତକାଲି ରାତି ପ୍ରାୟ ୨ଟା ବେଳେ ଆସି ଏଠାରେ ପହଞ୍ଚିଥିଲେ। ସେମାନେ ଦୁଇଟି ବସ୍ରେ ଆସି ବଲାଙ୍ଗିର ସହରରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ୍ ଏକ୍ସର୍ଟ କରି କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେଇଥିଲା।
ସହରର ଲାଲଟିକ୍ରା ନେତ୍ର ନିକେତନ ଠାରେ କରାଯାଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଛାତ୍ରୀ ମାନଙ୍କୁ ରଖାଯାଇଛି। ସେହିପରି ସୁଦପଡ଼ା କଲ୍ୟାଣ ମଣ୍ଡପ ଠାରେ ତିଆରି ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଛାତ୍ର ମାନଙ୍କୁ ରଖାଯାଇଛି। ଏହି ଦୁଇ କ୍ୱାରେଣ୍ଟାଇନ୍ ସେଣ୍ଟର ଦାୟିତ୍ୱରେ ବଲାଙ୍ଗିର ତହସିଲଦାର ଲଲାଟ ଲୁହା ଏବଂ ପୁଇଁନ୍ତଲା ତହସିଲଦାର ରୋହିତ ଭୋଇ ରହିଛନ୍ତି। ସେମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା। ଆଜି ସ୍ୱତନ୍ତ୍ର ମେଡିକାଲ ଟିମ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ଏହି ଛାତ୍ରଛାତ୍ରୀମାନେ ମେ’୧ରେ କୋଟାରୁ ବହାରିଥିଲେ।
ସୂଚନାଯୋଗ୍ୟ, ଗତକାଲି କୋଟାରେ ଫସିରହିଥିବା ରାଉରକେଲାର ୧୧୪ ଜଣ ଛାତ୍ରଛାତ୍ରୀ ଫେରି ଆସିଥିଲେ। ରାଉରକେଲାରେ ପହଞ୍ଚିବଲା ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
from Odisha Reporter https://ift.tt/2Wk2AUO
No comments:
Post a Comment