ୟୁପିରେ ବସ୍ ପଲିଟିକ୍ସ, ନିଜ ଦଳ ଉପରେ ବର୍ଷିଲେ କଂଗ୍ରେସ ବିଧାୟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ୟୁପିରେ ବସ୍ ପଲିଟିକ୍ସ, ନିଜ ଦଳ ଉପରେ ବର୍ଷିଲେ କଂଗ୍ରେସ ବିଧାୟିକା

ରାଏବରେଲି: ଉତ୍ତର ପ୍ରଦେଶରେ ପ୍ରବାସୀଙ୍କୁ ବସରେ ଆଣିବା ନେଇ ଆରମ୍ଭ ହୋଇଥିବା ରାଜନୀତି ଏବେ ଆହୁରି ତୀବ୍ର ହୋଇଛି। ଗାନ୍ଧୀ ପରିବାରର ନିକଟତମ ବ୍ୟକ୍ତି ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ଆଦିତି ସିଂହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି। ହେଲେ ନିଜ ଦଳ ଉପରେ ବର୍ଷିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି, ପ୍ରବାସୀଙ୍କୁ ଆଣିବା ପାଇଁ ମହାରାଷ୍ଟ୍ର, ପଞ୍ଜାବ ଏବଂ ରାଜସ୍ଥାନରୁ କାହିଁକି ବସ୍ ଆସୁଛି? ସରକାରଙ୍କୁ ଯେଉଁ ବସ୍ ତାଲିକା କଂଗ୍ରେସ ପକ୍ଷରୁ ଦିଆଯାଇଛି ସେଥିମଧ୍ୟରୁ ଅଧିକାଂଶ ଜାଲି। ୨୯୭ଟି ଭଙ୍ଗା ବସ୍, ୯୮ଟି ତିନି ଚକିଆ ଅଟୋ ଏବଂ ଆମ୍ୱୁଲାନ୍ସ, ବାଇକ୍ ଓ ୬୮ଟି ବିନା କାଗଜପତ୍ର ନଥିବା ଗାଡ଼ି ରହିଛି। ଏଭଳି ଜାଲି ତାଲିକା ଦେଇ ବିପତ୍ତି ବେଳେ କଂଗ୍ରେସ କି ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ରାଏବରେଲି ସଦର ବିଧାୟିକା ଆଦିତି ସିଂହ କହିଛନ୍ତି।

ଏଥିସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଆଦିତି ସିଂହ। କୋଟାରେ ଯେଉଁ ଛାତ୍ରଛାତ୍ରୀ ଅଟକି ରହିଯାଇଥିଲେ ସେମାନଙ୍କୁ ୟୁପି ସୀମାରେ ଆଣି ରାଜସ୍ଥାନ ସରକାର ଛାଡ଼ିବାର ଥିଲା। ହେଲେ ଗେହଲଟ ସରକାର ଏଭଳି ନକରିବା ପରେ ଯୋଗୀ ସରକାର ରାତାରାତି ବସ ପଠାଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଘରେ ପହଞ୍ଚାଇଛନ୍ତି ବୋଲି ସେ କହିଛନ୍ତି।



from Odisha Reporter https://ift.tt/2ToafAD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages