ଗାଁରେ ପ୍ରବେଶ କରିବ କରୋନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଗାଁରେ ପ୍ରବେଶ କରିବ କରୋନା!

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଦେଶରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ମୁଖ୍ୟତଃ ସହରରେ ବସବାସ କରୁଥିବା ବ୍ୟକ୍ତି। ଏବେ କିନ୍ତୁ ଏହି ବିଶ୍ୱ ମହାମାରୀ କରୋନା ଗାଁକୁ ସଂକ୍ରମିତ ହୋଇପାରେ। ଏଭଳି ଆଶଙ୍କା କରିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରା।

ଗାଁରେ ରହୁଥିବା ଲୋକମାନେ କରୋନାକୁ ନେଇ ଅଧିକ ସଚେତନ। ସେଥିପାଇଁ ଏଯାବତ କରୋନା ଆକ୍ରାନ୍ତ ଗାଁ ଗୁଡିକରେ ଏତେଟା ଚିହ୍ନଟ ହୋଇନାହାନ୍ତି। ଯେଉଁମାନେ ବି ଚିହ୍ନଟ ହୋଇଛନ୍ତି ସେମାନଙ୍କ ସଂଖ୍ୟା କାଁ ଭାଁ ରହିଛି। ହେଲେ ଏବେ ପ୍ରବାସୀମାନେ ଘରକୁ ଫେରୁଥିବାରୁ ଗାଁ ଗୁଡିକରେ କରୋନା ବିସ୍ତାର କରିପାରେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ତେବେ ଏଥିପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସେଥିପାଇଁ ପଞ୍ଚାୟତ ମାନଙ୍କୁ ଅବଗତ କରାଯାଇଛି। ଗାଁ ଲୋକେ ସାମାଜିକ ଦୂରତ୍ୱ ପାଳନ କରିବା ସହିତ କରୋନା ଗାଇଡ୍ ଲାଇନ୍ ଭଲ ଭାବରେ ପାଳନ କଲେ କରୋନା ସଂକ୍ରମିତ ହେବାର ସମ୍ଭାବନା କମିଯିବ ବୋଲି ସେ କହିଛନ୍ତି।

ଜିଲ୍ଲା ପ୍ରଶାସନ ପ୍ରବାସୀମାନେ ନିଜ ନିଜ ଗାଁକୁ ଫେରୁଥିବା ନେଇ ଅବଗତ ରହିଛି। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସରପଞ୍ଚ, ଆଶା କର୍ମୀ ଆଦି କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏଥିପାଇଁ ପଞ୍ଚାୟତ ମାନଙ୍କୁ ଅତିରିକ୍ତ ପଇସା ପଠାଯାଉଛି। ଯେଉଁ ପ୍ରବାସୀଙ୍କର ଗାଁରେ ଘର ନାହିଁ ସେମାନେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ରହିପାରିବେ। ସେହିପରି ଯେଉଁ ପ୍ରବାସୀ କାମ ନପାଇବେ ସେମାନେ ମନୋରେଗାରେ ନିଯୁକ୍ତି ପାଇବେ ବୋଲି ତୋମାର କହିଛନ୍ତି।

ନିକଟରେ କେନ୍ଦ୍ର ସରକାର ମନରେଗା ଫଣ୍ଡକୁ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ଦେଇଛନ୍ତି। ପୂର୍ବରୁ ଏହି ଫଣ୍ଡରେ ୧୮୨ କୋଟି ରହିଥିବାବେଳେ ଏବେ ଏହା ବୃଦ୍ଧି ପାଇ ୨୦୨ କୋଟି ହୋଇଛି।

ସୂଚନାଯୋଗ୍ୟ, ଦେଶରେ ଏବେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଚାଲିଛି। ପୂର୍ବ ତିନୋଟି ଲକଡାଉନ୍ ତୁଳନାରେ ଏବେ ଅନେକ ନିୟମ କୋହଳ କରାଯାଇଛି। ଏହି ସମୟରେ ପ୍ରବାସୀ ମାନଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି ସରକାର। ଗତ ୨୪ ଘଣ୍ଚା ମଧ୍ୟରେ ୫,୬୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣଙ୍କର ମୃତ୍ୟୁ ହୋଇଛି। ଏଯାବତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ୫,୬୧୧ ଆକ୍ରାନ୍ତ ଚିହ୍ନଟ ହେବା ସର୍ବାଧିକ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୭୫୦ ଛୁଇଁଛି।



from Odisha Reporter https://ift.tt/2Tl8ZhI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages