ଅପରାହ୍ନ ୪ଟାରୁ ଆରମ୍ଭ ହେବ ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

ଅପରାହ୍ନ ୪ଟାରୁ ଆରମ୍ଭ ହେବ ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଅପରାହ୍ନ ୪ଟାରୁ ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ। ‘ଅମ୍ଫାନ’ର ଲ୍ୟାଣ୍ଡଫଲ୍ ସରିବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର. ବିଶ୍ୱାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ‘ଅମ୍ଫାନ’ ପାରାଦୀପ ଠାରୁ ଉତ୍ତରପୂର୍ବ ଦିଗରେ ୧୫୦ କିମି ଦୂରକୁ ଚାଲିଗଲାଣି। ପାରାଦୀପ ଠାରୁ ଦୂରକୁ ଯାଉଥିବା ବେଳେ ଏହା ଦୀଘାର ନିକଟତର ହେଉଛି। ପାରାଦୀପରୁ ୧୫୦ କିମି ଓ ଦୀଘାରୁ ୯୫ କିମି ଦୂରରେ ଏବେ ଏହା ଅଛି। ଏବେ ଜଗତସିଂହପୁରରେ ପବନ କମିଯାଇଛି। ତେବେ ଭଦ୍ରକ ଓ ବାଲେଶ୍ୱରରେ ଅଧିକ ପବନ ହେଉଛି।

ଶ୍ରୀ ବିଶ୍ୱାସ କହିଛନ୍ତି, ୨୪ ଘଣ୍ଟା ପରେ ପାଗ ସଂପୂର୍ଣ୍ଣ ଶୁଖିଲା ହୋଇଯିବ।

ସୂଚନାଯୋଗ୍ୟ, ଦୀଘା ଓ ହାତିଆ ମଧ୍ୟବର୍ତ୍ତୀ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ ବୋଲି ପୂର୍ବରୁ ସୂଚନା ଦେଇ ଶ୍ରୀ ବିଶ୍ୱାସ କହିଥିଲେ।



from Odisha Reporter https://ift.tt/3cIZNvj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages