ସୁଧୁରି ଗଲେ: ଟିକ୍‌ଟକ୍‌ ନୁହେଁ, ଯୋଗ କରୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

ସୁଧୁରି ଗଲେ: ଟିକ୍‌ଟକ୍‌ ନୁହେଁ, ଯୋଗ କରୁଛନ୍ତି

ଭଦ୍ରକ (ପାର୍ଥ ସାରଥୀ ନାୟକ): କିଛି ଦିନ ତଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ଭାଟପଡ଼ା ପଞ୍ଚୟାତ କ୍ୱାରେଣ୍ଟାଇନ୍‌ ସେଣ୍ଟରର ଟିକ୍‌ଟକ୍‌ ଭିଡିଓକୁ ନେଇ ଜୋରଦାର ସମାଲୋଚନ ହୋଇଥିଲା। ତେବେ ସେହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ବାହାର ରାଜ୍ୟରୁ ଆସି ଏଠାରେ କ୍ୱାରେଣ୍ଟାଇନ୍‌ରେ ରହୁଥିବା ଲୋକେ ଆଉ ଟିକ୍‌ଟକ୍‌ କରୁ ନାହାନ୍ତି। ତା’ବଦଳରେ ସେମାନେ ଯୋଗ, ପ୍ରାଣାୟମ ଓ ବ୍ୟାୟାମରେ ମନ ଦେଇଛନ୍ତି। ସବୁଦିନେ ସକାଳେ ଉଠି ଯୋଗ କରୁଛନ୍ତି। ତା’ସହିତ ପ୍ରାଣାୟମ ଓ ବ୍ୟାୟାମ ଆଦି କରୁଛନ୍ତି। ସେହିଭଳି ସନ୍ଧ୍ୟାରେ ଏଠାରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ମନକୁ ଶାନ୍ତ ରଖିବା ସହ ସମୟ ଅତିବାହିତ କରିବାକୁ ଅନ୍ତେବାସୀମାନେ ଏଭଳି କରୁଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ କାର୍ଯ୍ୟକ୍ରମ ବେଳେ ସେମାନେ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷା କରୁଛନ୍ତି।

ସୂଚନାଯୋଗ୍ୟ, ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଲୋକମାନେ କୋଲକାତାରୁ ଫେରିଛନ୍ତି। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାର ୭ ଦିନ ପରେ ହୋଇଥିବା ସ୍ୱାବ୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନେ ଘରକୁ ଯିବାକୁ ଜିଦ୍ ଧରିଥିଲେ। କିନ୍ତୁ ପ୍ରଶାସନ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଦେବାରୁ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରର ସବୁ ନିୟମ ଭାଙ୍ଗି ଟିକ୍‌ଟକ୍‌ ଭିଡିଓ କରିଥିଲେ।

ସାମ୍ନାକୁ ଆସିଥିବା ଟିକ୍‌ଟକ୍ ଭିଡିଓ ଗୁଡ଼ିକରେ କେଉଁଥିରେ ସେମାନେ ମେଳି କରି ନାଚୁଥିଲେ ତ ଆଉ କେଉଁଥିରେ ଯାତ୍ରା ଡାଏଲଗ୍‌ କହି କୋଳାକୋଳି ହୋଇ ପଡ଼ୁଥିଲେ। ଏହି ସବୁ ଭିଡିଓ ଭାଇରାଲ ହେବା ପରେ ଏହାକୁ ବିଭିନ୍ନ ମହଲରେ ଖୁବ୍‌ ନିନ୍ଦା କରାଯାଇଥିଲା। ଏପରିକି ସେମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ୭ ଜଣଙ୍କ ନାଁରେ ଏତଲା ଦେଇଥିଲେ ସ୍ଥାନୀୟ ସରପଞ୍ଚ। ଏଭଳି ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ସେମାନଙ୍କ କ୍ୱାରେଣ୍ଟାଇନ୍ ଅବଧିକୁ ଏକ ମାସ ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ।



from Odisha Reporter https://ift.tt/2Lj3kUY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages