୮୦ ହଜାର ଡେଇଁଲା ଆମେରିକାର ମୃତ୍ୟୁସଂଖ୍ୟା, ଦିନକରେ ୭୫୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 10, 2020

୮୦ ହଜାର ଡେଇଁଲା ଆମେରିକାର ମୃତ୍ୟୁସଂଖ୍ୟା, ଦିନକରେ ୭୫୦ ମୃତ

ୱାଶିଂଟନ: ଭୟଙ୍କର ଢଙ୍ଗରେ ଆମେରିକାରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ପୂର୍ବାପେକ୍ଷା ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିଥିଲେ ହେଁ  ସ୍ଥିତି ଏବେ ବି ନିୟନ୍ତ୍ରଣ ବାହାରେ ରହିଛି। ଗତ ୨୪ ଘଣ୍ଟାରେ ଆମେରିକାରେ କରୋନାରେ ଆକ୍ରାନ୍ତ ହୋଇ ୭୫୦ ଜଣ ପ୍ରାଣ ହରାଇଛନ୍ତି।

ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୦ ହଜାର ପାର କରିଛି। ସେହିପରି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୬୭ ହଜାର ୬୩୮ ରହିଛି।

ୱାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ଶେଷ ଭାଗରୁ ଆମେରିକାରେ ପ୍ରତିଦିନ ୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଥିଲେ। ତେବେ ପ୍ରଥମଥର ପାଇଁ ଏତେ କମ ସଂଖ୍ୟକ(୭୫୦) ଲୋକ ପ୍ରାଣ ହରାଇଛନ୍ତି। ତେବେ ୨୪ ଘଣ୍ଟାରେ ୨୦,୩୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ମୁହାଁ ହୋଇଛି।

ଆମେରିକାରେ ଏଯାଏ ୮୦, ୭୮୭ ଜଣ ପ୍ରାଣ ହରାଇଥିବା ବେଳେ ୨,୫୬,୩୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୬,୫୧୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ନ୍ୟୁୟର୍କରେ ସର୍ବାଧିକ ୨୬,୮୧୨ ଜଣ ପ୍ରାଣ ହରାଇଥିବା ବେଳେ ୩,୪୫,୪୦୬ ଜଣ ଆକ୍ରାନ୍ତ ହୋଇଛନ୍ତି। ନ୍ୟୁଜର୍ସିରେ ୯,୨୬୪, ଇଲ୍ଲିନୋଇସରେ ୪,୪୦୬, କାଲିଫଣ୍ଣିଆରେ ୨,୭୧୭, ମିଚଗାନରେ ୪,୫୫୧, ଫ୍ଲୋରିଡାରେ ୧୭୨୧, ଟେକ୍ସାସରେ ୧୧୩୩ ଓ ଇଣ୍ଡିଆନାରେ ୧୫୦୮ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2SVoEEf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages