ଗୋଟିଏ ଦିନରେ ଦୁଇ ଝୁଲନ୍ତା ମୃତଦେହ ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ଗୋଟିଏ ଦିନରେ ଦୁଇ ଝୁଲନ୍ତା ମୃତଦେହ ଠାବ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅର୍ନ୍ତଗତ ଖୁଜେନପାଲି ପଞ୍ଚାୟତରେ ଆଜି ଗୋଟିଏ ଦିନରେ ଦୁଇଟି ଝୁଲନ୍ତା ମୃତଦେହ ଠାବ କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି। ମୃତକଦ୍ୱୟ ହେଲେ ପ୍ରଦୀପ ଛତା (୨୫) ଓ ଭାନୁ ସାହୁ। ପ୍ରଦୀପଙ୍କ ଘର ବଲାଙ୍ଗିର ସହରସ୍ଥିତ ସାଲେପାଲିପଡ଼ାରେ। ଭାନୁଙ୍କ ଘର ଖୁଜେନପାଲି ପଞ୍ଚାୟତର ବାଗଭାଡି ଗାଁରେ।

ସୂଚନା ଅନୁସାରେ, ଆଜି ସକାଳେ ଖୁଜେନପାଲି ଏଫସିଆଇ ଗୋଦାମ ନିକଟରେ ଥିବା ଏକ ପଳାସ ଗଛରେ ପ୍ରଦୀପଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ବଲାଙ୍ଗିର ସଦର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ମୃତଦେହ ନିକଟରେ ଏକ ସାଇକେଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ।

ସେହିପରି ଏହି ପଞ୍ଚାୟତ ଅନ୍ତର୍ଗତ ବାଗଭାଡି ଗାଁ ସ୍କୁଲ ନିକଟରେ ଥିବା ଏକ ଆମ୍ୱ ଗଛରୁ ଭାନୁ ସାହୁ ନାମ୍ନୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କର ଏକ ସାତ ବର୍ଷର ପୁଅ ଅଛି । ତେବେ ମହିଳାଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ । ସଦର ପୁଲିସ୍‌ ଉଭୟ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2xv8WYY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages