ଲଣ୍ଡନ: ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏବେ ଭାରତ ସରକାରଙ୍କୁ କରୋନା ପ୍ୟାକେଜ ଘୋଷଣା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସେ ନେଇଥିବା ଋଣ ଫେରାଇବାକୁ ରାଜି ଓ ଭାରତ ସରକାର ତାଙ୍କ ନାଁରେ ଥିବା ମାମଲା ବନ୍ଦ କରନ୍ତୁ ବୋଲି ମାଲ୍ୟା ଟ୍ୱିଟ କରି ନିବେଦନ କରିଛନ୍ତି।
ମାଲ୍ୟା ଟ୍ୱିଟ କରି କହିଛନ୍ତି, “କୋଭିଡ-୧୯ ରିଲିଫ ପ୍ୟାକେଜ ପାଇଁ ସରକାରଙ୍କୁ ଶୁଭେଚ୍ଛା। ଏବେ ସେମାନେ ଯେତେ ଚାହିଁବେ, ସେତେ ଟଙ୍କା ଛପାଇ ପାରିବେ। କିନ୍ତୁ ମୁଁ କିଛି ଛୋଟି ଯୋଗଦାନ କରିବାକୁ ଚାହୁଁଛି। ମୁଁ ବ୍ୟାଙ୍କଗୁଡ଼ିକ ଠାରୁ ନେଇଥିବା ଋଣକୁ ଶତପ୍ରତିଶତ ଫେରସ୍ତ କରିବାକୁ ଚାହୁଁଥିଲେ ହେଁ ଏହାକୁ କାହିଁକି ନିୟମିତ ଭାବେ ଅଣଦେଖା କରାଯାଉଛି? ଏବେ ମୋ ଟଙ୍କାକୁ ନିଃସର୍ତ୍ତ ଭାବେ ଭାରତ ସରକର ଗ୍ରହଣ କରନ୍ତୁ ଓ ମୋ ନାଁରେ ଥିବା ସମସ୍ତ ମାମଲାକୁ ବନ୍ଦ କରିଦିଅନ୍ତୁ।”
ବିଜୟ ମାଲ୍ୟା ଭାରତରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଛନ୍ତି। ସେ ବ୍ରିଟେନରେ ଆତ୍ମଗୋପନ କରିଥିବାରୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି। ବ୍ରିଟେନ କୋର୍ଟ ତାଙ୍କ ପ୍ରତ୍ୟର୍ପଣ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏହାକୁ ସେଠାକାର ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି।
from Odisha Reporter https://ift.tt/2Wur6DV
No comments:
Post a Comment