ଏହି ରାଜ୍ୟରେ ମେ’ ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ଏହି ରାଜ୍ୟରେ ମେ’ ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ମୁମ୍ବାଇ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ୍ ଅବଧିକୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ରାଜ୍ୟରେ ଏବେ ସ୍ଥିତିରେ କୌଣସି ସୁଧାର ଆସିବାର ସଙ୍କେତ ନଥିବା ଦେଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ୪.୦ ନେଇ ଗାଇଡ୍‌ ଲାଇନ୍ ଘୋଷଣା କରିବା ପୂର୍ବରୁ ମହାରାଷ୍ଟ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ମହାରାଷ୍ଟ୍ରରେ ଗତକାଲି ୧,୬୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ୬୭ ଜଣଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ କେବଳ ମୁମ୍ବାଇର ୪୧ ଜଣ ଥିଲେ। ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୭୦୬ରେ ପହଞ୍ଚିଛି। ସେହିଭଳି କରୋନାରେ ଏଠାରେ ୧,୧୩୫ ଜଣଙ୍କ ମୃତ୍ୟୁ ହୋଇସାରିଛି। କେବଳ ମୁମ୍ବାଇରେ ୧୮,୫୫୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୯୬ ଜଣଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୨୭ ଛୁଇଁଥିବା ବେଳେ ୨୮୭୨ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/3cD5bQw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages